ପୁଡୁଚେରୀରେ ରାଜନୀତି: ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

Kiran-Bedi

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାକୁ ଆସିଲେ କିରଣ ବେଦୀ । ବିଭିନ୍ନ ସମୟରେ ନିଜର ନିର୍ଭିକତା ଓ ରୋକଠୋକ୍‌ କଥାବାର୍ତ୍ତା ପାଇଁ ଚର୍ଚ୍ଚାରେ ଏବଂ ବିବାଦରେ ରହିଆସିଥିବା ପୂର୍ବତନ ଆଇପିଏସ୍‌ ଅଫିସର୍‌ ଏବେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥର ଚର୍ଚ୍ଚାର କାରଣ ହେଲା ତାଙ୍କୁ ପୁଡୁଚେରୀ ଉପ ରାଜ୍ୟପାଳ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ତେଲେଙ୍ଗାନା ରାଜ୍ୟାପଳ ଡ.ତାମିଲିସାଇ ସୁନ୍ଦରରାଜନଙ୍କୁ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପୁଡୁଚେରୀରେ ରାଜନୈତିକ ସଙ୍କଟ ଚାଲିଥିବା ବେଳେ କିରନ ବେଦୀଙ୍କୁ ପଦରୁ ହଟାଇ ଦିଆଯାଇଛି।

୨୦୧୬ ମସିହା ମେ ୨୯ ତାରିଖରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ କରିଣ ବେଦୀ । ସୂଚନାଥାଉକି, ପୁଡୁଚେରୀରେ କଂଗ୍ରେସ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ୱାମୀଙ୍କ ସହ ତାଙ୍କ ଅନେକ ସମୟରେ ମତଭେଦ ଦେଖିବାକୁ ମିଳିଥିଲା । ଏଥିସହିତ ତାଙ୍କୁ ହଟାଇବା ଲାଗି ଭି. ନାରାୟଣସ୍ୱାମୀ ବାରମ୍ବାର ଦାବି କରିଆସୁଥିଲେ।

ଭାରତର ପ୍ରଥମ ମହିଳା ଆଇପିଏସ୍‌ ଅଫିସର୍‌ ହେଉଛନ୍ତି କିରନ ବେଦୀ । ସେ ଦୀର୍ଘ ୩୫ ବର୍ଷ ଧରି ନିଜର ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି । ୧୯୭୨ରେ ସେ ପ୍ରଥମ ମହିଳା ଆଇପିଏସ୍‌ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୨୦୦୭ରେ ସେ ଭଲ୍ୟୁଣ୍ଟାରୀ ନିଜ ଚାକିରିରୁ ଅବସର ନେଇଥିଲେ । ଏହାପରେ ସେ ନିଜକୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥିଲେ । ପରେ ସେ ରାଜନୀତିରେ ଯୋଗଦେଇଥିଲେ । ଖାଲି ସେତିକି ନୁହେଁ କିରଣ ବେଦୀ ଜଣେ ଭଲ ଟେନିସ ଖେଳାଳି ଭାବେ ମଧ୍ୟ ବେଶ ଜଣାଶୁଣା ।

Leave a Reply