spot_img

Latest Posts

SI ପଦବୀ ପାଇଁ ଗାରିମା ଗୃହରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଉଛନ୍ତି କିନ୍ନର

ଭୁବନେଶ୍ୱର: ଖାକି ବର୍ଦ୍ଦି ପିନ୍ଧିବେ କିନ୍ନର। ଓଡିଶାରେ ମିଳିଛି ଏହି ସୁଯୋଗ। SI ପଦବୀ ପାଇଁ ଅଛନ୍ତି ୨୬ କିନ୍ନର। ଗାରିମା ଗୃହରେ ନେଉଛନ୍ତି ସ୍ୱତନ୍ତ୍ର ପ୍ରଶିକ୍ଷଣ। ଚାଲିଛି ଯୋଗ ପ୍ରଶିକ୍ଷଣ ସହିତ ବ୍ୟାୟାମ, କମ୍ପ୍ୟୁଟର ଶିକ୍ଷା ସାଙ୍ଗକୁ ପାଠପଢା। କୌଣସି ଯୋଗ କେନ୍ଦ୍ର ବା କୋଚିଂ ସେଣ୍ଟର ନୁହେଁ। ‘ଗାରିମା ଗୃହରେ ଚାଲିଛି ସ୍ୱତନ୍ତ୍ର ପ୍ରଶିକ୍ଷଣ। ପ୍ରଶିକ୍ଷଣ ନେଉଥିବା ଓ ଅଧ୍ୟୟନ କରୁଥିବା ସମସ୍ତେ ଅଗଷ୍ଟ ମାସରେ ହେବାକୁ ଥିବା ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ଆବେଦନକାରୀ। ପାଠପଢାରୁ ଯଦିଓ ଦିର୍ଘ ଦିନ ଦୂରରେ ଥିଲେ ତଥାପି ମନରେ ଉତ୍ସାହ ଓ ବିଶ୍ୱାସ। କଷ୍ଟ ହେଲେବ ବି ସୁଯୋଗକୁ ହାତଛଡା ନକରିବାକୁ ଯେମିତି ପଣ କରିନେଇଛନ୍ତି ଏମାନେ।

ରାଜ୍ୟରେ ଖାଲିପଡିଛି ୪୭୭ ସବ୍‌ ଇନ୍ସପେକ୍ଟର ଓ ୨୪୪ଟି କନେଷ୍ଟବଳ ପଦବୀ। ଏଥିପାଇଁ ଆସନ୍ତା ଅଗଷ୍ଟରେ ହେବ ପରୀକ୍ଷା। ଚଳିତ ଥର ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୋଲିସ ବିଭାଗରେ ନିଯୁକ୍ତି ପାଇଁ କିନ୍ନରଙ୍କୁ ମିଳିଛି ଅନୁମତି। ଯାହାକୁ ନେଇ କିନ୍ନରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ। ୪୭୭ଟି ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ମୋଟ ୧ଲକ୍ଷ ୩୨ହଜାର ୪୯୬ଜଣ ଆବେଦନ କରିଛନ୍ତି। ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ସ୍ନାତକ ଡିଗ୍ରୀ ସହ କମ୍ପ୍ୟୁଟର ଶିକ୍ଷା ଜରୁରୀ। ଏଭଳି ଯୋଗ୍ୟତା ଥିବା ମୋଟ ୨୬ଜଣ କିନ୍ନର ଆବେଦନ କରିଛନ୍ତି। ସ୍ୱତନ୍ତ୍ର ପ୍ରଶିକ୍ଷକଙ୍କ ଜରିଆରେ ଏମାନଙ୍କୁ ଦିଆଯାଉଛି ତାଲିମ୍‌। କିନ୍ନରଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାରତାକୁ କୃତଜ୍ଞତା ଜଣାଇଛନ୍ତି କିନ୍ନର ସଂଘ।

କିନ୍ନରଙ୍କୁ ମିଳିଛି ତୃତୀୟ ଲିଙ୍ଗର ମାନ୍ୟତା। ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ କିନ୍ନରଙ୍କୁ ମିଳୁଥିବା ସୁଯୋଗ ଜରିଆରେ ସମାଜରେ ସେମାନଙ୍କ ପ୍ରତି ଥିବା ମନୋଭାବ ଦୂର ହୋଇପାରିବ।

Latest Posts

Don't Miss