spot_img

Latest Posts

ରାଜ୍ୟ କୃଷିମନ୍ତ୍ରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା କିନ୍ନର ଗିରଫ

କଟକ : ରାଜ୍ୟ କୃଷିମନ୍ତ୍ରୀ ବୋଲି ନିଜକୁ ଫୋନରେ ପରିଚୟ ଦେଇ ଲୋକଙ୍କୁ ଠକୁ ଥିବା ଜଣେ  କିନ୍ନରକୁ କଟକ ସାଇବର ଥାନା ପୋଲିସ ଗିରଫ କରିଛି। ୪୬ ହଜାର ୫୦୦ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ଅନୁଗୁଳ ଜିଲ୍ଲାର ସୌମ୍ୟ ରଂଜନ ପ୍ରଧାନ ଓରଫ ଲକି-ଓରଫ ସୁଲଗ୍ନା। ଅଭିଯୁକ୍ତ ଠାରୁ ପୋଲିସ ଗୋଟିଏ ଫୋନ, ଦୁଇଟି ସିମ କାର୍ଡ ଜବତ କରିଛି। ତାର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି ପୋଲିସ। ସୂଚନା ଅନୁଯାୟୀ କଟକର ଏକ ଘରୋଇ ହସ୍ପିଟାଲ ମ୍ୟାନେଜରଙ୍କୁ କିନ୍ନର ଜଣକ ଫୋନ କରି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ମା ଶିବାନୀ ଦୁର୍ଗା ନାମକ ଜଣେ ମାତାଜୀ, ଏକ ଘରୋଇ ହସ୍ପିଟାଲର ମଙ୍ଗଳ ଓ  ଉନ୍ନତି ପାଇଁ ଯଜ୍ଞ କରିବେ, ତେଣୁ ୩୧ କେଜି ଘିଅ ପାଇଁ ଡିଜିଟାଲ ପେମେଣ୍ଟ କରି ଟଙ୍କା ପଠାଇବାକୁ କହିଥିଲେ। ଦୁଇ ବର୍ଷ ତଳେ ସେ ଦିଲ୍ଲୀ ଯାଇ ସାଇବର ଆର୍ଥିକ ଠକେଇ କିପରି କରିବାକୁ ହୁଏ ଶିଖି ଥିଲେ।

ଏହା ପରେ ଓଡିଶା ଆସି ଏକ କିନ୍ନର ଗ୍ରୁପକୁ ନେଇ କୃଷି ମନ୍ତ୍ରୀଙ୍କ ନିକଟକୁ ଡୋନେସନ ପାଇଁ ଯାଇଥିଲା ଅଭିଯୁକ୍ତ। ସେହି ସମୟରେ କୃଷି ମନ୍ତ୍ରୀଙ୍କର କଥା କହିବା ଶୈଳୀ ଏବଂ ସ୍ୱର ନକଲ କରିବା ଶିଖିଥିଲା ଅଭିଯୁକ୍ତ। ଏହା ପରେ ଏହି ଠକେଇ କରିବାକୁ ଯୋଜନା କରିଥିଲା। ଏହିପରି ଶହେ ରୁ ଉର୍ଦ୍ଧ୍ବ ଲୋକଙ୍କ ଠାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।

Latest Posts

Don't Miss