କିନ୍ନର ଆଖଡ଼ା ବିବାଦ: ଧର୍ମ ପରିବର୍ତ୍ତନ କରିବାକୁ ଧମକ ଦେଲେ ମହାମଣ୍ଡଳେଶ୍ବର ହିମାଙ୍ଗୀ ସଖୀ

ପ୍ରୟାଗରାଜ: ମହାକୁମ୍ଭରୁ ଆରମ୍ଭ ହୋଇଥିବା କିନ୍ନର ଆଖଡ଼ା ବିବାଦ ଥମିବାର ନାଁ ନେଉନି । ଆଖଡ଼ାର ମହାମଣ୍ଡଳେଶ୍ବର ହିମାଙ୍ଗୀ ସଖୀଙ୍କ ବୟାନକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ଆଖଡ଼ାରେ ଚାଲିଥିବା ବିବାଦକୁ ନେଇ ସେ ନା କେବଳ କିନ୍ନର ଆଖଡ଼ା ଛାଡୁଛନ୍ତି, ବରଂ ସନାତନ ଧର୍ମ ଛାଡ଼ିବାକୁ ଧମକ ଦେଇଛନ୍ତି । ସେ କହିଛନ୍ତି, ଏହି ବିବାଦ ତାଙ୍କ ସହିବା ଶକ୍ତି ବାହାରକୁ ଚାଲିଯାଇଛି । ଏମିତି ସ୍ଥିତିରେ ସେ ଶୀଘ୍ର ଧର୍ମ ପରିବର୍ତ୍ତନ କରିବାକୁ ବିଚାର କରିବେ ।
କିନ୍ନର ଆଖଡ଼ାର ନୂଆ ମହାମଣ୍ଡଳେଶ୍ବର କଲ୍ୟାଣୀ ନନ୍ଦଗିରିଙ୍କୁ ଆକ୍ରମଣ ଘଟଣା ପରେ ହିମାଙ୍ଗୀ ଏପରି ବୟାନ ଦେଇଛନ୍ତି । ସେ କହିଛନ୍ତି, ନନ୍ଦଗିରିଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ତାଙ୍କ ଉପରେ ଲାଗିଛି । ହେଲେ ଏଥିରେ ମୋର କୌଣସି ସମ୍ପୃକ୍ତି ନାହିଁ । ଏହାପୂର୍ବରୁ ମୋ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ନିଜେ କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ କରାଇଥିବା ସେ ଅଭିଯୋଗ କରିଥିଲେ ।
ଧର୍ମ ପରିବର୍ତ୍ତନର ଧମକ ଦେଲେ ହିମାଙ୍ଗୀ
କିନ୍ନର ଆଖଡ଼ା ବିବାଦକୁ ନେଇ ସେ କହିଛନ୍ତି, ଏଠାରେ କ୍ଷମତାର ଯୁଦ୍ଧ ଚାଲିଛି । ଏହି ଯୁଦ୍ଧ ଶୀଘ୍ର ଶେଷ ହେବା ଦରକାର । ଯଦି ଏହାର ଅନ୍ତ ଶୀଘ୍ର ନହୁଏ ତେବେ ସେ କିନ୍ନର ଆଖଡ଼ା ଓ ସନାତନ ଧର୍ମ ଛାଡିବାକୁ ବିଚାର କରିପାରନ୍ତି । ଏପରିକି ସେ ଧର୍ମ ପରିବର୍ତ୍ତନ କରିବାକୁ ସିଧା ସିଧା ଧମକ ଦେଇଛନ୍ତି । ସୂଚନାଯୋଗ୍ୟ, ବଲିଉଡ଼ ଅଭିନେତ୍ରୀ ମମତା କୁଲକର୍ଣ୍ଣି କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ବର ହେବାକୁ ନାଇ ହିମାଙ୍ଗୀ ସଖୀ ପ୍ରଥମେ ପ୍ରଶ୍ନ ଉଠାଇ ଥିଲେ । ଏହାପରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏଥିରେ ସେ ଗମ୍ଭୀର ଭାବେ ଆହତ ହୋଇଥିଲେ । ଏହି ଆକ୍ରମଣ ପଛରେ ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଏବଂ ତାଙ୍କ ସହଯୋଗୀଙ୍କ ହାତ ଥିବା ହିମାଙ୍ଗୀ ସଖୀ ଅଭିଯୋଗ କରିଥିଲେ । ମମତା କୁଲକର୍ଣ୍ଣି ମହାମଣ୍ଡଳେଶ୍ବର ପଦ ଛାଡିବା ଓ ପୁଣି ସେହି ପଦରେ ବସିବାକୁ ହିମାଙ୍ଗୀ ସଖୀ ମଜାକ ବୋଲି କହି କଟାକ୍ଷ କରିଛନ୍ତି । ଏହାସହ କହିଛନ୍ତି, ଏମାନଙ୍କ ପାଇଁ ଧର୍ମ ଓ ଶାସ୍ତ୍ର କିଛି ମହତ୍ବ ରଖେନି । କେବଳ ଦେଖେଇ ହେଉଛନ୍ତି । ଏମାନେ ସନାତନ ଧର୍ମକୁ ବି ମଜାକ ବନାଇ ଦେଇଛନ୍ତି । ଏପରିକି କିନ୍ନର ଆଖଡ଼ାରେ ମାଂସ ଖିଆଯିବା ସହ ମଦ ପିଆବା ଭଳି ଅଭିଯୋଗ କରିଛନ୍ତି । ଏପରିକି ମଦ ପିଇ କିଛି ଲୋକ ମୋ ଶିବିରକୁ ପଶି ଆସିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।