IPLରେ ନୂଆ ବିବାଦ: ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିକୁ ନେଇ କ୍ରୋଧ ପ୍ରକାଶ କଲେ ପ୍ରୀତି ଜିଣ୍ଟା, କହିଲେ ‘ପ୍ରତି ବର୍ଷ…’
2 min readଦୁବାଇ: IPL- ୧୩ ର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ୍ ଏବଂ କିଙ୍ଗସ୍ ଇଲେଭେନ ପଞ୍ଜାବ ମୁହାଁମୁହିଁ ହୋଇଥିଲେ । ମ୍ୟାଚ ସୁପର ଓଭରରେ ପହଞ୍ଚିଥିଲା ଏବଂ ଦିଲ୍ଲୀ ଖୁବ ସହଜରେ ଏହି ମ୍ୟାଚ ଜିତିଥିଲା । ତେବେ ଆଇପିଏଲର ଦ୍ୱିତୀୟ ମ୍ୟାଚରେ ହିଁ ନୂଆ ବିବାଦ ମୁଣ୍ଡ ଟେକିଛି । ଯାହାକୁ ନେଇ ଫ୍ୟାନ୍ସ କ୍ରୋଧ ପ୍ରକାଶ କରିଛନ୍ତି । ଅମ୍ପାୟାର ସର୍ଟ ରନ୍ ଦେଇ କିଙ୍ଗସ୍ ଇଲେଭେନ ପଞ୍ଜାବର ଗୋଟିଏ ରନ କାଟି ଦେଇଥିଲେ । କିନ୍ତୁ ଯେତେବେଳେ ରି-ପ୍ଲେ ଦେଖାଗଲା ସେତେବେଳେ ବ୍ୟାଟ କ୍ରୀଜ ଭିତରେ ଥିଲା । ଏହି ଭୁଲ ନିଷ୍ପତ୍ତି ପାଇଁ କିଙ୍ଗସ ଇଲେଭେନ ମାଲିକାଣୀ ପ୍ରୀତି ଜିଣ୍ଟା କ୍ରୋଧ ପ୍ରକାଶ କରିଛନ୍ତି । ସେ BCCIକୁ ନୂଆ ରୁଲ୍ କରିବା ପାଇଁ ଦାବି କରିଛନ୍ତି ।
I travelled enthusiastically during a pandemic,did 6 days of Quarantine & 5covid tests with a smile but that one Short Run hit me hard. What’s the point of technology if it cannot be used? It’s time @BCCI introduces new rules.This cannot happen every year. #DCvKXIP @lionsdenkxip https://t.co/uNMXFJYfpe
— Preity G Zinta (@realpreityzinta) September 21, 2020
ପ୍ରୀତି ଜିଣ୍ଟା ବିରେନ୍ଦ୍ର ସେହୱାଗଙ୍କୁ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ମୁଁ ଏକ ମହାମାରୀ ସମୟରେ ଉତ୍ସାହପୂର୍ବକ ଯାତ୍ରା କରିଛି, ୬ ଦିନ କ୍ୱାରେଣ୍ଟିନ ଏବଂ ୫ ଥର କୋରୋନା ଟେଷ୍ଟକୁ ଧର୍ଯ୍ୟର ସହ ସାମନା କରିଛି । କିନ୍ତୁ ଏହି ଗୋଟିଏ ସର୍ଟ ରନ ମତେ ସ୍ତବ୍ଧ କରିଛି । ଯଦି ଟେକନିକର ସଠିକ୍ ଉପଯୋଗ କରାଯିବନି ତେବେ ଏହାର ବ୍ୟବହାରର କୌଣସି ଅର୍ଥ ନାହିଁ । ସମୟ ଆସି ସାରିଛି ଯେ, BCCI ନୂଆ ନିୟମ ପ୍ରସ୍ତୁତ କରୁ । ଏହା ପ୍ରତି ବର୍ଷ ହେବା ଉଚିତ ନୁହେଁ ।’
I’ve always believed in being graceful in a win or loss & in the spirit of the game but it’s also important to ask for policy changes that improve the game in the future for everyone. The past has happened and it’s imp to move on. So Looking ahead & being positive as always ?
— Preity G Zinta (@realpreityzinta) September 21, 2020
ସେ ପୁଣି ଏକ ଟ୍ୱିଟ କରି ଲେଖିଛନ୍ତି ଯେ, ‘ ମୁଁ ଖେଳରେ ବିଜୟ ବା ପରାଜୟ ସକାରାତ୍ମକ ଭାବରେ ଗ୍ରହଣ କରିବାରେ ବିଶ୍ୱାସ କରେ । କିନ୍ତୁ ନୀତିଗତ ପରିବର୍ତ୍ତନ ପାଇଁ ପଚାରିବା ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅଟେ ଯାହା ଭବିଷ୍ୟତରେ ସମସ୍ତଙ୍କ ପାଇଁ ସଠିକ ରହିବ । ଯାହା ହେଲା ତାକୁ ତ ପରିବର୍ତ୍ତନ କରିହେବନି, ଏବେ ଆଗକୁ ବଢ଼ିବର ସମୟ । ସେଥିପାଇଁ ଆଗାମୀ ସମୟକୁ ସକାରାତ୍ମକ ମନୋଭାବ ସହ ଅପେକ୍ଷା କରିଛି ।’