ବ୍ରିଟେନ ମହାରାଜା ଚାର୍ଲ୍ସ ତୃତୀୟଙ୍କର ଆଜି ରାଜ୍ୟାଭିଷେକ, ଉତ୍ସବମୁଖର ବ୍ରିଟେନ୍

ଲଣ୍ଡନ: ବ୍ରିଟେନର ମହାରାଜା ଚାର୍ଲ୍ସ ତୃତୀୟଙ୍କ ଆଜି ରାଜ୍ୟାଭିଷେକ । ଏଥିପାଇଁ ଉତ୍ସବମୁଖର ବ୍ରିଟେନ । ଲଣ୍ଡନରେ ପହଞ୍ଚିଛନ୍ତି ଦେଶ ବିଦେଶର ହାଇପ୍ରୋଫାଇଲ ଅତିଥି । ଭାରତରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗତକାଲି ଲଣ୍ଡନରେ ପହଞ୍ଚିଛନ୍ତି । ରାଜ୍ୟାଭିଷେକ ଆରମ୍ଭ ପୂର୍ବରୁ ବଙ୍କିମହାମ ପ୍ୟାଲେସରୁ ଓ୍ବେଷ୍ଟ ମିନିଷ୍ଟର ଏବେ ପର୍ଯ୍ୟନ୍ତ ଚାର୍ଲ୍ସ ତୃତୀୟଙ୍କ ଉପସ୍ଥିତିରେ ଏକ ଶୋଭାଯାତ୍ରା କରାଯିବ । ରାଜାଙ୍କ ସହ ଉପସ୍ଥିତ ରହିବେ ତାଙ୍କ ରାଣୀ କାମିଲା । ଦେଶ ବିଦେଶର ୨୩ ଶହ ଅତିଥିଙ୍କ ଉପସ୍ଥିତିରେ ମୁକୁଟ ପିନ୍ଧିବେ ଚାର୍ଲ୍ସ ତୃତୀୟ ।

ସ୍ଥାନୀୟ ଏକ ଚର୍ଚ୍ଚରେ ରାଜକୀୟ ଢଙ୍ଗରେ ରାଜ୍ୟାଭିଷେକ ହେବ । ଗତ ହଜାରେ ବର୍ଷ ଧରି ଯେଉଁ ପରମ୍ପରା ଜାରି ରହିଛି, ସେହି ଅନୁସାରେ ଏଥର ବି ରାଜ୍ୟାଭିଷେକ ହେବାକୁ ଯାଉଛି । ହାତରେ ବାଇବେଲ ଧରି ଶପଥ ଗ୍ରହଣ କରିବେ ମହାରାଜା ଚାର୍ଲ୍ସ ତୃତୀୟ । ବ୍ରିଟେନର ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ଦେହାନ୍ତ ପରେ ତାଙ୍କ ପୁଅ କିଙ୍ଗ୍ ଚାର୍ଲ୍ସ ତୃତୀୟଙ୍କୁ ମହାରାଜା ଘୋଷଣା କରାଯାଇଥିଲା । ୭୦ ବର୍ଷ ପରେ ବ୍ରିଟେନରେ ଏଭଳି ରାଜ୍ୟାଭିଷେକ ଆୟୋଜନ ହେବ ।