କିମ୍ ଜୋନଙ୍କୁ କରୋନା ଭୟ, ବୈଠକରେ ପାଳନ କଲେ ସାମାଜିକ ଦୂରତାର ନିୟମ

1 min read

କରୋନା ଭାଇରସ୍ ପାଇଁ ସାରା ଦୁନିଆ ଚିନ୍ତାରେ । କେମିତ ଏହି ମହାମାରୀର ମୁକାବିଲା କରିବା ସେନେଇ ସବୁ ପ୍ରକାର ପ୍ରୟାସ ବିଫଳ ହେଉଛି । ଏବଂ ଏପର୍ଯ୍ୟନ୍ତ ଚାରି ଲକ୍ଷ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି । ଏହି ବିପର୍ଯ୍ୟୟ ମଧ୍ୟରେ ନିଜକୁ କରୋନା ମୁକ୍ତ ବୋଲି ଘୋଷଣା କରିଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଦୀର୍ଘ ସମୟ ପରେ ଦୁନିଆ ସାମ୍ନାକୁ ଆସିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ମୁହଁରେ ହସ ଥିଲେ ମଧ୍ୟ ତାଙ୍କର ଅଙ୍ଗଭଙ୍ଗୀ କିନ୍ତୁ ପୂରା ଭିନ୍ନ ଥିଲା । ଯେଉଁଥରୁ ସ୍ପଷ୍ଟ ଜଣାପଡ଼ୁଥିଲା ଯେ,  ସେ କରୋନା ପାଇଁ ବହୁତ ଭୟଭୀତ ଅଛନ୍ତି । ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା ।

କିମ ଜୋଙ୍ଗ ଉନ ଦୁଇ ମିଟର ‘ଦୂରତା’ ରଖୁଥିବାର ସ୍ପଷ୍ଟ ଜଣା ପଡ଼ୁଥିଲା

କିମ ଜୋଙ୍ଗ ଉନ୍ ଉତ୍ତର କୋରିଆରେ ଶାସକ ଦଳର ନିଜର ୱାର୍କର୍ସ ପାର୍ଟିର ପଲିଟ୍ ବ୍ୟୁରୋର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ସମୟରେ, ଯେତେବେଳେ ପଲିଟ୍ ବ୍ୟୁରୋର ଅନ୍ୟ ସଦସ୍ୟମାନେ ପାଖାପାଖି ବସିଥିବାର ଦେଖିବାକୁ ମିଳିଥିବା ବେଳେ, କିମ ଜୋଙ୍ଗ ଉନ୍ ଦୁଇ ମିଟର ଦୂରତା ବସିଥିବାର ଦେଖାଯାଇଛି । ଏହାପୂର୍ବରୁ ଖବର ଆସିଥିଲା ​​ଯେ କିମ ଜୋନ୍ ଉନ ଅସୁସ୍ଥ ହୋଇପଡିଛନ୍ତି କିନ୍ତୁ କିମ ଜୋଙ୍ଗ ଉନଙ୍କ ଏଣ୍ଟ୍ରି ପରେ ସବୁ ପ୍ରକାର କଳ୍ପନା ଜଳ୍ପନାର ଅନ୍ତ ଘଟିଥିଲା । ରାଜଧାନୀ ପୟୋଙ୍ଗୟାଙ୍ଗରେ ଆୟୋଜିତ ଏକ ବୈଠକରେ କିମ ଜୋଙ୍ଗଙ୍କୁ ସାମାଜିକ ଦୂରତାର ନିୟମକୁ ପାଳନ କରୁଥିବା ଦେଖିବାକୁ ମିଳିଥିଲା।

ଉତ୍ତର କୋରିଆରେ  କରୋନା ନାହିଁ ବୋଲି ଦାବି କରିଛି ଶାସକ ଦଳ

ଉତ୍ତର କୋରିଆ ଦାବି କରିଛି ଯେ ତାଙ୍କ ଦେଶ କରୋନାଠାରୁ ମୁକ୍ତ । କିନ୍ତୁ କିମ ଜୋଙ୍ଗ ଉନ ତାଙ୍କ ସହକର୍ମୀଙ୍କଠାରୁ ଦୂରତା ରକ୍ଷା କରୁଥିବା ଏହା ଉପରେ ସନ୍ଦେହ ସୃଷ୍ଟି କରିଛି ।  ବୈଠକ କାଳରେ କିମ୍ ଜୋଙ୍ଗ ଉନଙ୍କ ପାଖରେ ଥିବା ସମସ୍ତ ଚେୟାରଗୁଡିକ ହଟାଇ ଦିଆଯାଇଥିଲା । ଏହି ଚେୟାରଗୁଡିକ କିମ ଜୋଙ୍ଗ ଏବଂ ତାଙ୍କ ସହକର୍ମୀଙ୍କ ମଧ୍ୟରେ ଉପଯୁକ୍ତ ଦୂରତା ରହିବ ବୋଲି ଏହି ଚେୟାରଗୁଡିକ ହଟାଯାଇଥିବା ସ୍ପଷ୍ଟ ଜଣା ଯାଉଛି । ଯଦିଓ ଫଟୋଗୁଡ଼ିକରେ କିମ ଜୋନ୍ ସୁସ୍ଥ ଦେଖାଯାଉଥିଲେ ।

କରୋନାକୁ ଡରି କେଉଁଆଡ଼େ ପଳାଇଥିଲେ କିମ ଜୋଙ୍ଗ ?

କୁହାଯାଉଛି ଯେ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ କରୋନା ମହାମାରୀ ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ଏତେ ଭୟଭୀତ ହୋଇଥିଲେ ଯେ ସେ ଏପ୍ରିଲରେ ତାଙ୍କ ବ୍ୟକ୍ତିଗତ ଟ୍ରେନରେ ରାଜଧାନୀ ଛାଡି ପଳାଇଥିଲେ । ତାଙ୍କ ଟ୍ରେନକୁ ବୋନସନ୍-କଲମା ଉପଦ୍ୱୀପରେ ଥିବା ତାଙ୍କର ଏକ ଘରୋଇ ଭିଲ୍ଲା ନିକଟରେ ଦେଖିବାକୁ ମିଳିଥିଲା । ସେତେବେଳେ ଦକ୍ଷିଣ କୋରିଆରୁ ଖବର ଆସିଥିଲା ​​ଯେ କିମ ଜୋଙ୍ଗ ଉନଙ୍କର ଅତ୍ୟଧିକ ଚର୍ବି ଏବଂ ଅନେକ ରୋଗରେ ପୀଡିତ ଥିବାରୁ ଏପ୍ରିଲ ୧୨ରେ ତାଙ୍କର ହାର୍ଟ ସର୍ଜରି କରାଯାଇଛି । ଏହାସହ ଏମିତି ବି ଖବର ଆସିଥିଲା କି କିମ ଜୋଙ୍ଗ ବୁଲୁଥିବା ସମୟରେ ପଡ଼ିଯାଇଛନ୍ତି ବୋଲି ।

ଭଉଣୀଙ୍କ ଧମକ ଉପରେ କିମ ଜୋଙ୍ଗ ଉନ କିଛି କହିନାହାଁନ୍ତି

ପଲିଟ୍ ବ୍ୟୁରୋ ବୈଠକରେ କିମ ଜୋଙ୍ଗ ଉନ ଘରୋଇ ଆର୍ଥିକ ସଙ୍କଟ ଉପରେ ଚର୍ଚ୍ଚା କରିଥିଲେ। ଉତ୍ତର କୋରିଆର ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି କେସିଏନ୍ଏ କହିଛି ଯେ ଏହି ବୈଠକରେ ଦେଶର ଅର୍ଥନୀତିକୁ ଆତ୍ମନିର୍ଭରଶୀଳ କରିବା ଏବଂ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଉପରେ ଆଲୋଚନା କରାଯାଇଛି । ଏହି ବୈଠକରେ କିମ ଜୋଙ୍ଗ ଉନ ଦକ୍ଷିଣ କୋରିଆ କିମ୍ବା ଉତ୍ତର କୋରିଆ ବିଦ୍ରୋହୀମାନଙ୍କ ବିଷୟରେ କିଛି କହି ନାହାଁନ୍ତି । ଏହାପୂର୍ବରୁ କିମ ଜୋଙ୍ଗ ଉନଙ୍କ ଭଉଣୀ ଚେତାବନୀ ଦେଇଛନ୍ତି ଯେ ଯଦି ଦକ୍ଷିଣ କୋରିଆ ଉତ୍ତର କୋରିଆ ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ତାଙ୍କ ଦେଶ ଏହି ସମ୍ପର୍କକୁ ଭାଙ୍ଗିବ ।

Leave a Reply