ଜଣେ ରାଷ୍ଟ୍ରପତି ଯିଏ ନିଜ ପିଉସାଙ୍କୁ ଭୋକିଲା କୁକୁରଙ୍କ ଆଗକୁ ଫୋପାଡି ଦେଇଥିଲେ, ଏବେ ତାଙ୍କ  ଚିକିତ୍ସା ହେଉଛି ଏହି ଅଭେଦ୍ୟ ଦୁର୍ଗରେ…

1 min read

ସିଓଲ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଗମ୍ଭୀର ଭାବେ ଅସୁସ୍ଥ । ଦକ୍ଷିଣ କୋରିଆ ମିଡିଆ ଅନୁସାରେ ଏହି ମୋଟା,ଭୟାନକ ଓ ସନ୍ଦେହୀ ସୈରଶାସକର ଚିକିତ୍ସା ଏମିତି ଗୋଟିଏ ହସ୍ପିଟାଲରେ ହେଉଛି ଯାହା କୌଣସି ଦୁର୍ଗଠାରୁ କମ ନୁହେଁ । ଏହି ହସ୍ପିଟାଲକୁ କେବଳ କିମ୍ ପରିବାର ପାଇଁ ତିଆରି କରାଯାଇଥିଲା । ହୟାଙ୍ଗ୍ ସୈନ୍ ହସ୍ପିଟାଲକୁ ଅନେକ ଦିନ ଧରି ହୃଦରୋଗ ସମ୍ବନ୍ଧିୟ ଚିକିତ୍ସା ପାଇଁ ପ୍ରସ୍ତୁତ କରାଯାଉଥିଲା ବୋଲି ଦକ୍ଷିଣ କୋରିଆ ମିଡିଆର ଦାବି ।

୧୯୯୪ରେ ତିଆରି ହୋଇଥିଲା ହସ୍ପିଟାଲ

୧୯୯୪ ମସିହାରେ କିମ୍ ଜୋଙ୍ଗ-ଉନଙ୍କ ଜେଜେବାପା କିମ୍ ଇଲ-ସୁଙ୍ଗଙ୍କ ମୃତ୍ୟୁ ପରେ ଏହାକୁ ତିଆରି କରାଯାଇଥିଲା । ଇଲ ସୁଙ୍ଗ୍ ସେତେବେଳେ ହୟାଙ୍ଗ୍ ସୈନରେ ଥିଲେ । ଇଲ ସୁଙ୍ଗଙ୍କ ଠିକ୍ ସମୟରେ ହସ୍ପିଟାଲ ନିଆ ଯାଇପାରିନଥିଲା  । ତେଣୁ କିମଙ୍କ ବାପା ହୟାଙ୍ଗରେ ହସ୍ପିଟାଲ ତିଆରି କରିଥିଲେ । ଏହାସହ ରାଜଧାନୀଠାରୁ ଦୁରରେ ଡାକ୍ତରଖାନା ରହିବା ଦ୍ୱାରା କିମ୍ ପାରିବାର ଉପରେ କାହାରି ନଜର ରହିବନି,ସେଥିପାଇଁ ମଧ୍ୟ ଏହିସ୍ଥାନକୁ ବଛାଯାଇଛି ବୋଲି କୁହାଯାଏ ।

କିମଙ୍କ ଡାକ୍ତର ୨୪ ଘଣ୍ଟା ସୁରକ୍ଷାଘେରରେ ରୁହନ୍ତି

କିମଙ୍କ ଚିକିତ୍ସା କରୁଥିବା ଡାକ୍ତର ୨୪ ଘଣ୍ଟା ସୁରକ୍ଷା ଘେର ଭିତରେ ରୁହନ୍ତି । ସେମାନଙ୍କୁ କେଉଁଠିକୁ ମଧ୍ୟ ଏକାକୀ ଯାଇପାରନ୍ତି ନାହିଁ । ସବୁବେଳେ ସେମାନଙ୍କ ସହ ସୁରକ୍ଷାକର୍ମୀ ରହିଥାନ୍ତି । ଜେଜେଙ୍କ ୧୦୮ତମ ଜନ୍ମଦିନରେ କିମ୍ ହୟାଙ୍ଗ ସୈନକୁ ଆସିଥିଲେ । କିନ୍ତୁ ଜନ୍ମଦିନ ସମାବେଶରେ ତାଙ୍କୁ ଦେଖିବାକୁ ମିଳିନଥିଲା । ତେଣୁ ଅନୁମାନ କରାଯାଉଥିଲା ଯେ, ସେ ହୟାଙ୍କକୁ ଚିକିତ୍ସା ପାଇଁ ଆସିଛନ୍ତି ।

ଲାଇଫ୍ ଷ୍ଟାଇଲ ରୋଗର ଶିକାର

କିମ୍ ଜୋଙ୍ଗ୍ ଲାଇଫ୍ ଷ୍ଟାଇଲ ରୋଗର ଶିକାର । ମେଦବହୁଳତା ଓ ଅତ୍ୟଧିକ ମଦ୍ୟାପାନ ଯୋଗୁ ସେ ହୃଦୟ ସମ୍ବନ୍ଧିତ ରୋଗର ଶିକାର । କିମ୍ ଉତ୍ତର କୋରିଆରେ ନିଜ ଆତଙ୍କ ପାଇଁ କୁଖ୍ୟାତ । ୨୦୧୧ ମସିହାରେ କିମ୍ ଜୋଙ୍ଗ୍ ଇଲଙ୍କ ମୃତ୍ୟୁ ପରେ କିମ୍ ଜୋଙ୍ଗ୍ ଉନ୍ କ୍ଷମତାକୁ ଆସିଥିଲେ ।

ନିଜ ପିଉସାଙ୍କ ହତ୍ୟାକାରୀ

କିମ୍ ଜୋଙ୍ଗ ଉନ୍ ନିଜ ଜେଜେବାପା ଓ ବାପାଙ୍କ ଭଳି ଆତଙ୍କକୁ ଅସ୍ତ୍ର କରି ଉତ୍ତର କୋରିଆ ଉପରେ ରାଜ୍ କରୁଛନ୍ତି । ୧୯୪୮ ମସିହା ପରଠାରୁ କିମ୍ ପରିବାର ଉତ୍ତର କୋରିଆ ଉପରେ ଶାସନ କରି ଆସୁଛି । କିମଙ୍କ ଜେଜେବାପା ଓ ବାପା ନିଜ ବିରୋଧୀଙ୍କୁ ବରଦାସ୍ତ କରୁନଥିଲେ କି ନିଜେ କିମ୍ । କିମ୍ କେତେଦୁର ସନ୍ଦେହୀ ଓ କ୍ରୁର ତାହା ଏହି କଥାରୁ ଜଣା ପଡେ ଯେ, ସେ ନିଜ ପିଉସା ଓ ତାଙ୍କ ପରିବାରକୁ କ୍ଷମତାକୁ ଆସିବାର କିଛି ଦିନ ପରେ ହତ୍ୟା କରିଥିଲେ । କିମ୍ ଜୋଙ୍ଗଙ୍କୁ କ୍ଷମତାକୁ ଆସିବାରେ ତାଙ୍କ ପିଉସା ସାହାଯ୍ୟା କରିଥିଲେ । କିନ୍ତୁ ଧିରେ ଧିରେ କିମ୍ ଅନୁଭବ କରିଥିଲେ ଯେ, ତାଙ୍କ ପିଉସା ସମାନ୍ତରାଳ ସରକାର ଚଳାଉଛନ୍ତି । ଏଥିରେ ଉତକ୍ଷିପ୍ତ ହୋଇ କିମ୍ ନିଜ ପିଉସାଙ୍କ ହତ୍ୟା ଆଦେଶ ଦେଇଥିଲେ । ପିଉସାଙ୍କୁ ଭୋକିଲା କୁକୁରଙ୍କ ଆଗକୁ ଫୋପାଡି ଦିଆଯାଇଥିଲା  । ଏହାପରେ କିମ୍ ତାଙ୍କ ପିଉସୀଙ୍କୁ ମଧ୍ୟ ହତ୍ୟା କରିଥିଲେ । ଏମିତିକି ସେ ନିଜ ପିଉସୀ ପୁଅ ଭାଇ ଓ ତାଙ୍କ ପରିବାରକୁ ମଧ୍ୟ ହତ୍ୟା କରିଥିଲେ ।

ଗର୍ଲଫ୍ରେଣ୍ଡକୁ କରିଥିଲେ ହତ୍ୟା

କିମ୍ ଶାସନକୁ ଆସିବା ପରେ ନିଜ ପୂର୍ବତନ ପ୍ରେମିକାଙ୍କ ହତ୍ୟା କରିଥିଲେ । ପ୍ରେମିକାଙ୍କ ବିରୋଧରେ ବେଶ୍ୟାବୃତ୍ତିର ଅଭିଯୋଗ ଆଣି ସେ ଏପରି କରିଥିଲେ । କେବଳ ପ୍ରେମିକା ନୁହନ୍ତି ତାଙ୍କ ଡ୍ୟାନ୍ସ ଟ୍ରୁପର ବାକି ସଦସ୍ୟଙ୍କୁ ମଧ୍ୟ ଗୁଳି କରି ମାରି ଦିଆଯାଇଥିଲା ।

Leave a Reply