୨ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ଯା

ସୁନ୍ଦରଗଡ଼ : ୨ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ଯା । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଲମତି ଗାଁରେ ଘଟିଛି ବର୍ବରକାଣ୍ଡ । ମୃତକ ହେଲେ ୨୫ ବର୍ଷୀୟ ଶୈଳେନ୍ଦ୍ର ମାଝୀ । ଅଭିଯୋଗ ଅନୁସାରେ ବାହାର ରାଜ୍ଯକୁ କାମକରି ଯିବାକୁ ଶୈଳେନ୍ଦ୍ର ଭୁଲରୁ ମାଝୀଙ୍କଠାରୁ ୨ ହଜାର ଟଙ୍କା ଅଗ୍ରୀମ ଆଣିଥିଲେ । ହେଲେ ପରିବର୍ତ୍ତୀ ସମୟରେ ଶୈଳେନ୍ଦ୍ର କାମକରି ଯିବାକୁ ମନା କରିଦେଇଥିଲେ । ନେଇଥିବା ଅଗ୍ରୀମ ଟଙ୍କା ନଫେରାଇବାରୁ ଉଭୟଙ୍କ ମଧ୍ଯରେ ପାଟିତୁଣ୍ଡ ହୋଇଥିଲା । ପରେ ଭୁଲରୁ ମାଝୀ ଶୈଳେନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଶୈଳେନ୍ଦ୍ରଙ୍କୁ ଦୁଇ ଯୁବକ  ଡାକ୍ତରଖାନା ନେଉଥିବାବେଳେ ଅଧାରାସ୍ତାରେ ଦୁର୍ଘଟଣାର ଶୀକାର ହୋଇଥିଲେ । ସେଠାରେ ଶୈଳେନ୍ଦ୍ରଙ୍କର ମୃତ୍ଯୁ ହୋଇଥିବାବେଳେ ଦୁଇ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।