‘ଆମ ଝିଅକୁ ତା ଶାଶୁଘର ଲୋକେ ଯୌତୁକ ପାଇଁ ମାରିଦେଲେ’

ନୟାଗଡ଼: ପୁଣି ଯୌତୁକ ଜୁଇରେ ଜଳିଲେ ନବବଧୂ। ନୟାଗଡ଼ ସଦର ଥାନା ଅଧୀନ ଶିମିଳିସାହି ଗାଁରେ ଅଧିକ ଯୌତୁକ ଦାବିରେ ଶାଶୁଘର ଲୋକେ ନବବଧୂଙ୍କୁ ହତ୍ୟାକରି ଝୁଲାଇ ଦେଇଥିବା ଅଭିଯୋଗ। ଏଭଳି ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ନବବଧୂଙ୍କ ପରିବାର ଲୋକେ। ଅଭିଯୋଗ ଅନୁସାରେ ଶରଣକୂଳ ଥାନା କଟରାଝରି ଗାଁର ଲିଜା ନାହାକ ନୟାଗଡ଼ ସଦର ଥାନା ଅଧୀନ ଶିମିଳିସାହି ଗ୍ରାମର କୃଷ୍ଣ ନାୟକଙ୍କୁ ପ୍ରାୟ ବର୍ଷେତଳେ ବିବାହ କରିଥିଲେ।

ତେବେ ଦୀର୍ଘଦିନ ଧରି ଲିଜାଙ୍କୁ ପରିବାର ଲୋକେ ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇଆସୁଥିବା ବେଳେ ଗତକାଲି ଲିଜାଙ୍କୁ ଶାଶୁଘର ଲୋକ ଏକାଠି ହତ୍ୟା କରିଥିବା ଲିଜାଙ୍କ ପରିବାର ଲୋକେ ନୟାଗଡ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ଅଭିଯୋଗ ପାଇ ନୟାଗଡ଼ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଚଳାଇଛି। ସେପଟେ ଲିଜାଙ୍କ ଶାଶୁଘର ଲୋକେ ଫେରାର ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରିନାହିଁ।

Leave a Reply