କିଟ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କିଟ୍ ବିଶ୍ବବିଦ୍ୟାଳୟର ୧୮ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ନୋବେଲ ବିଜେତା ଡ. ରିଗୋବେର୍ତା ମେଞ୍ଚୁ ତୁମ୍‍ ଭର୍ଚୁଆଲ୍‍ରେ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରିଟିଶ୍‍ ପାର୍ଲାମେଣ୍ଟ ସାଂସଦ ଜନ୍‍ ଦେଶମଣ୍ଡ ଫୋବ୍‍ସ ଆଣ୍ଡରସନ, ଇଉରୋପିଆନ୍‍ ୟୁନିଅନ ସାଂସଦ ହିମାଂଶୁ ଗୁଲାଟି, ଜର୍ମାନ୍‍ର ବରିଷ୍ଠ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଡରସନ ଜନ ପ୍ରମୁଖ ଯୋଗ ଦେଇଥିଲେ ।

ଚଳିତବର୍ଷ କିଟ୍‍ ବିଶ୍ୱବିଦ୍ୟଳୟ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି । ପାରାଅଲିମ୍ପିକ୍‍ କମିଟି ଅଫ୍‍ ଇଣ୍ଡିଆର ସଭାପତି ଖେଲରତ୍ନ ଓ ଅର୍ଜୁନ ପୁରସ୍କାର ବିଜୟିନୀ ପଦ୍ମଶ୍ରୀ ଡ. ଦୀପା ମଲ୍ଲିକ, ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପ୍ରତିନିଧି ଏବଂ ଭାରତରେ ଅବସ୍ଥାପିତ ଏହାର ନିର୍ଦ୍ଦେଶକ ବିଶୋ ପାରୁଜୁଲିଙ୍କୁ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଚଳିତବର୍ଷ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଓ ପିଏଚ୍‍ଡି ଡିଗ୍ରୀ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।