spot_img

Latest Posts

ଆଜି ବିଶ୍ବ କିଡନୀ ଦିବସ, ଏହି ସବୁ ଜିନିଷ କିଡନୀକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ

ବ୍ୟୁରୋ ରିପୋର୍ଟ: ଆଜି ବିଶ୍ବ କିଡନୀ ଦିବସ। ବିଶ୍ୱରେ ମଧୁମେହ ପରି ବଢୁଛି କିଡ଼ନୀ ରୋଗ । ପ୍ରତି ୧୦ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଜଣେ କିଡନୀ ରୋଗୀ ଚିହ୍ନଟ ହେଉଛନ୍ତି। ସମସ୍ତେ ଚାହାନ୍ତି ଯେ କିଡନୀ ସାରା ଜୀବନ ସୁସ୍ଥ ରହୁ ବୋଲି ଯଦି କିଛି ଉପାୟ ଆପଣ ଆପଣାଇବେ ତେବେ ଆପଣ ସୁସ୍ଥ ରହିବା ସହ ଆପଣଙ୍କ କିଡନି ବି ସୁସ୍ଥ ରହିବ। ଆସନ୍ତୁ ଜାଣିବା ସେମିତି କିଛି ତଥ୍ୟ ଉପରେ।

ଡାକ୍ତରଙ୍କ କହିବା ଅନୁଯାୟୀ,  ଆମର ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ କିଡନୀ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିଥାଏ । ଏହା ବ୍ୟତୀତ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି କେତେକ ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ କିଡନୀକୁ ଖରାପ କରିପାରେ ।

କିଡନୀକୁ ସୁସ୍ଥ ରଖିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାଣି ହୋଇଥାଏ। ଯଦି ଆପଣ କମ୍ ପାଣି ପିଅନ୍ତି, ତେବେ ଏହା କିଡନୀ ଜନିତ ସମସ୍ୟା ହେବାର ଆଶଙ୍କା ବଢାଇଥାଏ । ଆପଣ ଦିନସାରା ପର୍ଯ୍ୟାପ୍ତ ପରିମାଣର ଜଳ କିମ୍ବା ସୁସ୍ଥ ତରଳ ପଦାର୍ଥ ଖାଇବା ଉଚିତ। ଶରୀରକୁ ଭଲ ଭାବରେ ହାଇଡ୍ରେଟ୍ ରଖିବା ଦ୍ୱାରା କିଡନୀ ଶରୀରରୁ ଅଧିକ ସୋଡିୟମ୍ ଏବଂ ବିଷାକ୍ତ ପଦାର୍ଥ ସଫା କରିବାରେ ସାହାଯ୍ୟ କରିଥାଏ । ତେବେ କିଡନୀ ଷ୍ଟୋନରୁ ରକ୍ଷା ପାଇବା ପାଇଁ ପ୍ରଚୁର ପାଣି ପିଇବା ସର୍ବୋତ୍ତମ ଉପାୟ ବୋଲି ବିବେଚନା କରାଯାଏ । ପ୍ରତିଦିନ ୧୦ରୁ ୧୨ ଗ୍ଲାସ ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ।

ବିଶେଷ କରି ବ୍ଲଡ ପ୍ରେସର ଉପରେ ଆପଣ ଧ୍ୟାନ ଦେବା ଉଚିତ। ସାଧାରଣତଃ, ସାମାନ୍ୟ ବ୍ଲଡ ପ୍ରେସର ୧୨୦ ରୁ ୮୦ ମଧ୍ୟରେ ରହିଥାଏ। ଯଦି ରକ୍ତ ଚାପ ୧୪୦ କିମ୍ବା ୯୦ରୁ ଅଧିକ ହୋଇଯାଏ ତେବେ ଆପଣଙ୍କୁ ଏନେଇ ଡାକ୍ତରଙ୍କ ପରାମର୍ଶ ଲୋଡିବା ଉଚିତ।

ଯଦି ଆପଣ ଚାହାଁନ୍ତି, ଆପଣଙ୍କ କିଡନୀକୁ ସୁସ୍ଥ ରଖିବାକୁ ତେବେ ଆପଣ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଆପଣଙ୍କ ଖାଦ୍ୟରେ ବିଭିନ୍ନ ପନିପରିବା ସମେତ ସତେଜ ଫଳକୁ ସାମିଲ କରିବା ଉଚିତ।

ମୁଖ୍ୟତଃ ନିଶାଦ୍ରବ୍ୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଖରେ କିଡନୀ ଜନିତ ସମସ୍ୟା ଅଧିକ ପରିମାଣରେ ଦେଖାଯାଇଥାଏ। ଧୂମପାନ କରୁଥିବା ଲୋକଙ୍କ କିଡନୀ ଜନିତ ସମସ୍ୟା ହେବାର ଆଶଙ୍କା ସାଧାରଣ ଲୋକଙ୍କଠାରୁ ଦ୍ୱିଗୁଣିତ ହୋଇଥାଏ। ତେବେ ଏଥିପାଇଁ ଧୂମପାନଠାରୁ ସବୁବେଳେ ଦୂରରେ ରହିବା ଉଚିତ ।

ପ୍ରାୟତଃ, ୪୦ ବର୍ଷ ବୟସ ଅତିକ୍ରମ କଲାପରେ ନିୟମିତ ଭାବରେ ଆପଣଙ୍କୁ କିଡନୀର ଯାଞ୍ଚ କରିବା ଜରୁରୀ ଅଟେ। କାରଣ, କିଛି ଲୋକଙ୍କ ମଧ୍ୟରେ ଏନେଇ କୌଣସି ପ୍ରକାରର ଲକ୍ଷଣ ଦେଖାଯାଇ ନଥାଏ ଏବଂ ଯେତେବେଳେ ଏହା ଜଣାପଡି ଥାଏ ସେତେବେଳେ ବହୁତ ବିଳମ୍ବ ହୋଇ ଯାଇଥାଏ।

Latest Posts

Don't Miss