ମାରାତ୍ମକ ସାଜିଛି କିଡନୀ ରୋଗ । ବିପଦରେ ପୂରା ଗାଁ। ଚାଲିଯାଉଛି ଗୋଟିଏ ପରେ ଗୋଟିଏ ମୂଲ୍ଯବାନ ଜୀବନ। କିଏ ନିଜ ଲୋକଙ୍କୁ ହରାଇ ମ୍ରିୟମ୍ରାଣ ତ ଆଉ କିଏ ଆତ୍ମୀୟଙ୍କ ଚିକିତ୍ସା ଚିନ୍ତାରେ କାଟୁଛି ଦିନ । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ପଦ୍ମପୁର ଗାଁରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ତିନି ବର୍ଷ ମଧ୍ୟରେ ନେଲାଣି ୫୦ରୁ ଅଧିକ ଜୀବନ । ଅନେକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। କାହିଁକି ଏହି ରୋଗ ବ୍ୟାପୁଛି ତାହା ସ୍ପଷ୍ଟ ହୋଇନଥିବାବେଳେ ଗାଁରେ ଏକ ପ୍ରକାର ଭୟରେ ଦିନ କାଟୁଛନ୍ତି ଲୋକେ । ବର୍ତ୍ତମାନ ସୁଦ୍ଧା ଗାଁରେ ସ୍ବାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚିନଥିବାରୁ ଲୋକେ ଝାଡ଼ିଛନ୍ତି ଅସନ୍ତୋଷ ।
ଖାଲି ସେତିକି ନୁହଁ । ଗାଁରେ ଏହି ରୋଗ ଏତେ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ଯେ ଗାଁ କେବେ ମଶାଣି ପାଲିଟିଯିବ କହିହେବନାହିଁ । ଏନେଇ ପ୍ରଶାସନ ପାଖରେ ବହୁବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଯାହାକୁ ନେଇ ଗ୍ରାମବାସୀ ମୃତକଙ୍କ ଫଟୋ ଧରି ରାସ୍ତାରୋକ ପାଇଁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଘଟଣାକୁ ସ୍ଵୀକାର କରିବା ସହ ଲୋକଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ବେଳ ଥାଉ ଥାଉ ସମାଧାନ କରାନଗଲେ ଆଗକୁ ଭୟଙ୍କର ରୂପ ଧାରଣ କରିବ ଏହି ମାରାତ୍ମକ ରୋଗ । ତେବେ ପ୍ରଶାସନ ଏଦିଗରେ କି ପଦେକ୍ଷପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

