ଆମେରିକାର କାଲିଫର୍ଣ୍ଣିଆରେ ୪ ଭାରତୀୟ ବଂଶୋଦ୍ଭବଙ୍କ ମୃତଦେହ ଉଦ୍ଧାର

1 min read

ଓ୍ୱାଶିଂଟନ: ଆମେରିକାର କାଲିଫର୍ଣ୍ଣିଆରେ ୪ ଭାରତୀୟ ବଂଶୋଦ୍ଭବଙ୍କ ମୃତଦେହ ଉଦ୍ଧାର । ଗତ ସୋମବାର ସେମାନଙ୍କୁ ଅପହରଣ କରାଯାଇଥିଲା । ଏବେ ସେମାନଙ୍କର ମୃତଦେହ ମିଳିଛି । ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ମଧ୍ୟରେ ୮ ମାସର ଜଣେ ଶିଶୁ ମଧ୍ୟ ରହିଛି । ଅପହରଣ ଘଟଣାରେ କାଲିଫର୍ଣ୍ଣିଆର ମର୍ସଡ କଣ୍ଟିରେ ଗୋଟିଏ ପରିବାରର ୩ ଜଣ ଓ ଅନ୍ୟ ଜଣେ ଭାରତୀୟଙ୍କୁ ଗିରଫ କରାଯାଇଥିଲା ।

ସାଉଥ ହାଇଓ୍ୱେ-୫୯ ଉପରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଅପହରଣ କରିଥିଲେ । ମୃତକ ହେଲେ ୩୬ ବର୍ଷୀୟ ଜଗଦୀପ ସିଂ, ତାଙ୍କ ପତ୍ନୀ ଜସଲିନ କୌର ଓ ତାଙ୍କର ୮ ମାସର ଝିଅ ଏବଂ ଅମନଦୀପ ସିଂ ନାମକ ଜଣେ ବ୍ୟକ୍ତି ରହିଛନ୍ତି । ଅପହରଣ ଓ ହତ୍ୟା ପଛର କାରଣ ଜଣାପଡ଼ି ନଥିବା ବେଳେ ଏବେ ବି ଅପହରଣକାରୀଙ୍କୁ ଖୋଜୁଛି ପୋଲିସ ।