ଅପହରଣ ଘଟଣାରେ ନୂଆ ମୋଡ: ନିଶା ନିବାରଣ କେନ୍ଦ୍ରରୁ ପଳାଇ ଆସିଥିଲେ ଯୁବକ

1 min read

ଭୁବନେଶ୍ବର: ରାଜଧାନୀ ଅପହରଣ ଘଟଣାରେ ନୂଆ ମୋଡ । ଅପହରଣ ନୁହେଁ ବଂର ନିଶା ନିବାରଣ କେନ୍ଦ୍ରରୁ ଖସିଯାଇଥିବା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଥିବା ନେଇ ଖବର ମିଳିଛି । ଡିସିପି ଉମାଶଙ୍କର ଦାସ ଏନେଇ ସୂଚନା ପ୍ରଦାନ କରିଛନ୍ତି । ଅପରାହ୍ନ ସମୟରେ ଭୁବନେଶ୍ୱରର ଡେଲ୍ଟା ଛକ ନିକଟରେ ଏଭଳି ଘଟଣା ଘଟିଥିବାବେଳେ ସାଧାରଣରେ ଏହି ଘଟଣାକୁ ନେଇ ଢେର ଚର୍ଚ୍ଚା ହୋଇଥିଲା ।

ସେପଟେ ସଦ୍ୟ ରିପୋର୍ଟ ଏହା ଅପହରଣ ନୁହେଁ ନିଶା ନିବାରଣ କେନ୍ଦ୍ରରୁ ଖସି ପଳେଇ ଥିଲେ ଉକ୍ତ ଯୁବକ । ନିଶା ନିବାରଣ କେନ୍ଦ୍ରରୁ ଯୁବକ ଖସି ପଳେଇ ଥିବାରୁ ସଂପୃକ୍ତ ସଦସ୍ୟ ଉଠେଇ ନେଇଥିଲେ । କାର ଗାଡି ନମ୍ବର ଆଧାରରେ ପୋଲିସ ଠାବ କରିଥିବାବେଳେ ଏହି ସୂଚନା ପ୍ରାପ୍ତ ହୋଇଛି ।

ନିଶା ନିବାରଣ କେନ୍ଦ୍ରରୁ ଯୁବକ ଜଣଙ୍କ ଖସି ଯିବା ପରେ ସ୍ଥାନୀୟ ଥାନାକୁ ଅବଗତ କରାଯାଇନଥିଲା । ବଂର ଉକ୍ତ ସଂସ୍ଥାର ସଦସ୍ୟମାନେ ଖୋଜା ଖୋଜି କରିବା ପରେ ଡେଲ୍ଟା ଛକ ନିକଟରେ ଠାବ କରିଥିଲେ । ଏବଂ ଯୁବକ ଜଣଙ୍କୁ ଗାଡିରେ ବସାଇବା ବେଳେ ସେ ଚିତ୍କାର କରିବା ସହ ନାରାଜ ହୋଇଥିଲେ । ଫଳରେ ଅପହରଣ କରାଯାଇଥିବା ନେଇ ସ୍ଥାନୀୟ ଲୋକେ କହିଥିଲେ । ପରେ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ କରାଯାଇଛି ।

Leave a Reply