spot_img

Latest Posts

ନାମ ଫଳକକୁ ନେଇ ବିବାଦ, ଅଧିକାରୀଙ୍କୁ ଘେରିଲେ ଗାଁ ଲୋକେ

ନନ୍ଦିଘୋଷ ବ୍ୟୁରୋ: ନାମ ଫଳକକୁ ନେଇ ବିବାଦ। ଛୁଟି ଦିନରେ ନାମ ଫଳକ ଲଗାଇବାକୁ ନେଇ ଉତ୍ତେଜନା। ଅଧିକାରୀଙ୍କୁ ଘେରିଲେ ଗାଁ ଲୋକେ। ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଓସ୍ତପୁର କୋଟପଲ୍ଲାରେ ଏହାକୁ ନେଇ ଗଣ୍ଡଗୋଳ। ପ୍ରଶାସନ ଆଜି ଉଭୟ ଗାଁ ନାମ ଲେଖି ଫଳକ ଲଗାଇବା ବେଳେ ଶହ ଶହ ସଂଖ୍ୟାରେ ମହିଳା ଏହାକୁ ବିରୋଧ କରିଥିଲେ। ଗତ ଅଗଷ୍ଟ ୮ତାରିଖ ରେ ଏହି ଗଣ୍ଡଗୋଳ ଲାଗିଥିଲା। ପ୍ରଶାସନ ୧୬୩ଧାରା ବିଏନ ଏସ୍ ଲାଗୁ କରିଥିଲା। ଦେଢ଼ ମାସ ଧରି  ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଆଜି ଛୁଟି ଦିନ ରେ ପ୍ରଶାସନ ନାମ ଫଳକ ଲଗାଇବା ବେଳେ ଦେଖାଦେଇଥିଲା ଉତ୍ତେଜନା। ବର୍ତ୍ତମାନ ଉଭୟ ଗାଁ ବିବାଦ କୁ ନେଇ ହାଇକୋର୍ଟ ରେ କେଶ ମଧ୍ୟ ଚାଲୁଛି।। ଖବର ପାଇ ଖୋର୍ଦ୍ଧା, ବୋଲଗଡ, ବେଗୁନିଆ, ସଦର ପୋଲିସ ଅଧିକାରୀ ୨ପ୍ଲାଟୁନ ପୋଲିସ ଫୋର୍ସ ସହ ଘଟଣା ସ୍ଥଳ ରେ ପହଞ୍ଚିଥିଲେ। ବେଗୁନିଆ ତହସିଲ ଦାର୍, ଏସ ଡି ପି ଓ  ସମସ୍ତେ ପହଞ୍ଚି ଲୋକଙ୍କୁ ବୁଝି କରିଥିଲେ। ମହିଳାମାନେ ପ୍ରଶାସନ ବିରୁଦ୍ଧରେ ବିକ୍ଷୋଭ କରିଛନ୍ତି। ପ୍ରଶାସନ ନାମ ଫଳକ ନ ଲଗାଇ ଫେରି ଯାଇଛି। ପୋଲିସ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି। ସିସିଟିଭି ଲଗାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ବିଏନଏସ୍ ଧାରା ୧୬୩ ଧାରା।  ସମସ୍ତ ଦୋକାନ ବଜାର, ଶିକ୍ଷା ଅନୁଷ୍ଠାନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦରହିଛି।

Latest Posts

Don't Miss