ମାନବବାଦୀ ସଂଗଠନର ଅମାନବୀୟ କାମ: ବିବସ୍ତ୍ର କରି ବାପା-ପୁଅଙ୍କୁ ପିଟିଲେ, ଜାଣନ୍ତୁ କାହିଁକି

1 min read

ଖୋର୍ଦ୍ଧା: ତାଲିବାନୀ ଶାସନଠାରୁ କମ ନୁହେଁ । ମାନବବାଦୀ ସଂଗଠନର ଅମାନବୀୟ କାମ  । ଦୃଶ୍ୟ ଦେଖିଲେ ଲୋମଟାଙ୍କୁରି ଉଠିବ । ପଶୁଠାରୁ ଆହୁରି କଠୋର ଭାବରେ ଦିଆଯାଉଛି ମାଡ଼ । ମାଡ଼ ମାରିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ହାତ ଗୋଡ଼ ବାନ୍ଧି ବିବସ୍ତ୍ର କରି ଠେଙ୍ଗାରେ ନିର୍ଘାତ ମାଡ଼ ମରାଯାଉଛି । ପଶୁଠାରୁ ଆହୁରି ଜଘନ୍ୟ ଭାବରେ ଦୁଇ ଜଣଙ୍କୁ ମାଡ଼ ଦିଆଯାଉଛି । ମାଡ଼ ଖାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବାପା, ଜଣେ ପୁଅ ବୋଲି କୁହାଯାଉଛି । ଉଭୟଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କଡ଼ବ ଗାଁରେ । ମାଡ଼ ଖାଇଥିବା ବ୍ୟକ୍ତି ମାଗୁଣି ନାୟକଙ୍କ କହିବା ଅନୁସାରେ, ବେଗୁନିଆ ଅଞ୍ଚଳରେ ଏକ ବେଆଇନ ସଂଗଠନ ମୁଣ୍ଡ ଟେକିଛି । ସଂଗଠନର ନୀତି ନିୟମ ଯିଏ ନ ମାନୁଛି ତାକୁ ଏଭଳି ଦଣ୍ଡ ଭୋଗିବାକୁ ପଡ଼ୁଛି । କେବେ ଏଭଳି ଘଟଣା ଘଟିଲା ଯଦିଓ ଜଣାପଡିନି, ତେବେ ଭିଡିଓ ଦେଖି ଲୋକ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୀଡ଼ିତ ଥାନାରେ ଅଭିଯୋଗ କରିବାକୁ ଭୟ କରୁଛନ୍ତି  ।

https://www.facebook.com/NandighoshaTV/videos/428160985267034

ଅନ୍ୟ ପଟେ ସ୍ଥାନୀୟ ପୋଲିସ ପାଖରେ କୌଣସି ସୂଚନା ନାହିଁ, କି ଅଭିଯୋଗ ନାହିଁ ବୋଲି ବେଗୁନିଆ ଥାନା ଅଧିକାରୀ କହିଛନ୍ତି  । ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କହିବା କଥା, ସୋସିଆଲ ମିଡିଆରେ ଘୂରି ବୁଲୁଥିବା କ୍ଲିପ ସମ୍ପର୍କରେ କୌଣସି ଅଭିଯୋଗ ନାହିଁ । ତଥାପି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସପି କହିଛନ୍ତି  ।

Leave a Reply