ବଢ଼ୁଛି ଦୈନିକ ସଂକ୍ରମଣ: ରେଡ୍ ଜୋନ୍‌କୁ ଫେରିଲା ଖୋର୍ଦ୍ଧା

1 min read

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା ସଂକ୍ରମଣ । ଦିନକରେ ୬୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୁଣି ରେଡ୍ ଜୋନକୁ ଫେରିଲା ଖୋର୍ଦ୍ଧା । ଦିନକରେ ଖୋର୍ଦ୍ଧାରୁ ୩୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପର୍ବ ପର୍ବାଣୀ ଯୋଗୁ ଭିଡ଼ ବଢିଛି । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ବଢିଛି । ରାଜ୍ୟର ସଂକ୍ରମଣ ଉପର ତଳ ହେଉଛି । ଏନେଇ ଚିନ୍ତା ପ୍ରକଟ କରିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ତେବେ ଟେଷ୍ଟ ପିଜିଟିଭ ରେଟ, ଆକ୍ଟିଭ କେସକୁ ଦେଖି ଖୋର୍ଦ୍ଧାକୁ ରେଡ୍ ଜୋନ୍ ଘୋଷଣା କରିଛି ସ୍ୱାସ୍ଥ୍ୟ ବିଭାଗ । ସଚେତନତା ହିଁ ସଂକ୍ରମଣ ରୋକିବ । ତେଣୁ ପାର୍ବଣରେ ଭିଡ ନକରି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ।

ସୂଚନା ଯୋଗ୍ୟ ଯେ, ଆଜି ରାଜ୍ୟରେ ମୋଟ ୬୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୩୫୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 

Leave a Reply