ବଢ଼ୁଛି ଦୈନିକ ସଂକ୍ରମଣ: ରେଡ୍ ଜୋନ୍କୁ ଫେରିଲା ଖୋର୍ଦ୍ଧା
1 min readଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା ସଂକ୍ରମଣ । ଦିନକରେ ୬୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୁଣି ରେଡ୍ ଜୋନକୁ ଫେରିଲା ଖୋର୍ଦ୍ଧା । ଦିନକରେ ଖୋର୍ଦ୍ଧାରୁ ୩୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପର୍ବ ପର୍ବାଣୀ ଯୋଗୁ ଭିଡ଼ ବଢିଛି । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ବଢିଛି । ରାଜ୍ୟର ସଂକ୍ରମଣ ଉପର ତଳ ହେଉଛି । ଏନେଇ ଚିନ୍ତା ପ୍ରକଟ କରିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ତେବେ ଟେଷ୍ଟ ପିଜିଟିଭ ରେଟ, ଆକ୍ଟିଭ କେସକୁ ଦେଖି ଖୋର୍ଦ୍ଧାକୁ ରେଡ୍ ଜୋନ୍ ଘୋଷଣା କରିଛି ସ୍ୱାସ୍ଥ୍ୟ ବିଭାଗ । ସଚେତନତା ହିଁ ସଂକ୍ରମଣ ରୋକିବ । ତେଣୁ ପାର୍ବଣରେ ଭିଡ ନକରି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ।
ସୂଚନା ଯୋଗ୍ୟ ଯେ, ଆଜି ରାଜ୍ୟରେ ମୋଟ ୬୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ରୁ ୩୫୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 12th October
New Positive Cases: 615
Of which 0-18 years: 68
In quarantine: 357
Local contacts: 258(Details of local contacts will be shared by concerned Dist Administration)
1. Angul: 4
2. Balasore: 12
3. Bargarh: 3
4. Bhadrak: 7
5. Boudh: 1— I & PR Department, Odisha (@IPR_Odisha) October 13, 2021