ସାରୁଅ ଜମି କେଳେଙ୍କାରୀ ମାମଲା: ବିବାଦୀୟ ସ୍ଥାନରେ ଥିବା ମହିଳା ସମିତିର ସଭାନେତ୍ରୀଙ୍କ ଇସ୍ତଫା

ଖୋର୍ଦ୍ଧା: ସାରୁଅରେ ଓଟିଭିର ଜମି କେଳେଙ୍କାରୀ ମାମଲା । ବିବାଦୀୟ ଜାଗାରେ ଥିବା ମହିଳା ସମିତିର କର୍ମକର୍ତ୍ତା ଦେଲେ ଇସ୍ତଫା । ଦଳିତଙ୍କ ଜମି ଚଞ୍ଚକତା କରି ହଡ଼ପ କରାଯାଇଥିବା ଜାଣିବା ପରେ ସେମାନେ ଇସ୍ତଫା ଦେଇଥିବା କହିଛନ୍ତି । ସାରୁଅଠାରେ ଓଟିଭି ଏମ୍‌ଡି ଜଗି ପଣ୍ଡା ଦଳିତଙ୍କ ଜମି ହଡ଼ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଜମିରେ ସାରୁଅ ମହିଳା ସମିତି ନାଁରେ ଏକ ଘର ନିର୍ମାଣ ହୋଇଥିଲା । ସରକାରଙ୍କୁ ଭୁଆଁ ବୁଲାଇବା ପାଇଁ ଏଭଳି କରାଯାଇଥିଲା । ମହିଳା ସମିତି ଘର ଚାରିପାଖରେ ବିରାଟ ପାଚେରି ନିର୍ମାଣ କରାଯାଇଥିଲା ।

ଫଳରେ ଲୋକ ନିଜ ଚାଷଜମି ଓ ପୋଖରୀକୁ ଯିବା ପାଇଁ ସମସ୍ୟା ସୃଷ୍ଟି ହେଉଥିଲା । ପ୍ରଶାସନ ନିକଟରେ ଅଭିଯୋଗ ପରେ ପ୍ରଶାସନ ସମ୍ପୃକ୍ତ ପାଚେରିକୁ ଭାଙ୍ଗିଥିଲା । ଏହି ଘଟଣା ପରେ ସଂପୃକ୍ତ ମହିଳା ସମିତିରେ ଥିବା ବିଭିନ୍ନ କର୍ମକର୍ତ୍ତା ଓ ସଭ୍ୟା ସଭାନେତ୍ରୀଙ୍କୁ ଇସ୍ତଫା ଦେଇଥିଲେ । ଏହାପରେ ସଭାନେତ୍ରୀ ଜୟନ୍ତୀ ସାହୁ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେଇଥିବା ଅନ୍ୟମାନେ ହେଲେ, ରଶ୍ମିତା ମହାଭୋଇ, ରଞ୍ଜିତା ମହାଭୋଇ, ସୌଦାମିନୀ ବେହେରା, ବିଷ୍ଣୁପ୍ରିୟା ସେନାପତି ଓ ସୁଜ୍ଞାନୀ ମହାଭୋଇ ।

ବାହାମାସ କଂପାନୀ ୨୦୧୩ରୁ ବନ୍ଦ,କିନ୍ତୁ ଅରଟେଲରେ ଜାରି ରହିଛି ନିବେଶ !

Leave a Reply