ନନ୍ଦିଘୋଷ ବ୍ୟୁରୋ: ଗଣେଷ ପୂଜା ଭସାଣ ବେଳେ ଡିଜେ ବାଜିବାକୁ ନେଇ ଗଣ୍ଡଗୋଳ। ଗଣ୍ଡଗୋଳ ପରେ ବାଇକ୍ ପୋଡ଼ି। ଗାଁ ରେ ଉତ୍ତେଜନା। ଜଟଣୀ ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମରେ ଗତ ରାତିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗଣେଶ ଭସାଣ ବେଳେ ଦୁଇ ସାହି ବଡ଼ଜେନା ସାହି ଓ ଦାଣ୍ଡି ସାହି ଯୁବକ ମାନଙ୍କ ଭିତରେ ଡିଜେ ବଜାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି। ଗଣ୍ଡଗୋଳ ପରେ ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଆସି ଡିଜେ ଜବତ କରି ଥାନାକୁ ନେଇଯାଇଥିଲା। ପରେ ଗାଁର ପ୍ରଶାନ୍ତ ପାଇକେରାଙ୍କ ବାଇ କେହି ପୋଡି ଦେଇଥିବା ଦେଖିବାକୁ ମିଳିଛି। ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ଘଟଣାର ତଦନ୍ତ କରୁଛି। ପୋଲିସ ଏହି ଘଟଣାରେ ଦୁଇଜଣ ଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ମୁତୟନ କରାଯାଇଛି।

