ନନ୍ଦିଘୋଷ ବ୍ୟୁରୋ : ଖୋର୍ଦ୍ଧା ପରିଛଳ ଜାମୁସାହି ଗୁଳିକାଣ୍ଡ ଘଟଣାରେ ଦୁର୍ବୃତ୍ତ ଏବେ ବି ଫେରାର। ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି । ଗତକାଲି ରାତିରେ ବାସୁଦେବ ପରିଡ଼ାଙ୍କୁ ଗୁଳି କରି ହତ୍ୟା କରିଥିଲେ ଅଭିଯୁକ୍ତ । ଖୋର୍ଦ୍ଧା ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଖୋକା ପଡ଼ିଛି । ଦୁର୍ବୃତ୍ତ ମାନେ ଏକ ବାଇକରେ ଆସି ଫାୟରିଂ କରି ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ବାଇକ ଛାଡ଼ି ଚମ୍ପଟ ମାରିଛନ୍ତି ଅଭିଯୁକ୍ତ । ବେଆଇନ ଖଣି କାରବାରକୁ ନେଇ ଗୁଳିମାଡ଼ ହୋଇଥିବା ସୂଚନା ରହିଛି । …. ଗତ ସନ୍ଧ୍ୟା ରେ ସେ ଶୌଚ ହେବାକୁ ଯାଇଥିବା ବେଳେ ଚାରି ଜଣ ଦୁବୃର୍ତ୍ତ ଦୁଇଟି ବାଇକ୍ ରେ ଆସି ଅତି ନିକଟ ରୁ ଫାୟାରିଂ କରିଥିଲେ। ସ୍ଥାନୀୟ ଲୋକ ଙ୍କ ସହାୟତାରେ ବାସୁଦେବଙ୍କୁ ଖୋର୍ଦ୍ଧା ମେଡିକାଲ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ଘଟଣା ସ୍ଥଳ ରେ ଖୋକା ପଡ଼ିଛି। ଦୁର୍ବୃତ୍ତ ମାନେ ଏକ motorcycle ରେ ଆସି ଫାୟରିଂ କରି ଫେରାର ହୋଇଯାଇଛନ୍ତି। ଘଟଣା ସ୍ଥଳ ରେ ବୁଲେଟ ମୋଟର ସାଇକେଲ ଛାଡ଼ି ଯାଇଛନ୍ତି। ପୋଲିସ ର ତଦନ୍ତ ଜାରି। ପୋଲିସ ଅପରାଧୀ ଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ କରିଛି।

