ସାରୁଅ ଶିଳ୍ପାଞ୍ଚଳ ଅଏଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରି ଥାନା ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ଅଏଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ସାରୁଅ ଶିଳ୍ପାଞ୍ଚଳରେ ଥିବା ୟୁନିଭରସାଲ ଇନଫ୍ରା ଏଣ୍ଡ ଏଗ୍ରି ଅଏଲ ପ୍ରାଇଭେଟ୍ ଲିମିଟେଡ ନାମକ ଅଏଲ ଫ୍ୟାକ୍ଟ୍ରିର ଗୋଦାମ ଘରେ ନିଆଁ ଲାଗିଯାଇଛି । ଘରେ ତେଲ ପାକିଙ୍ଗ ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକରେ ନିଆଁ ଲାଗିଯାଇଛି । ସଟ୍ସର୍କିଟରେ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ନିଆଁ ଲିଭାଇବା କାମରେ ୩ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି ।