ସୁଟକେଶରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା; ସ୍ତ୍ରୀ ରଚିଥିଲା ହତ୍ୟାକାଣ୍ଡର ଷଡଯନ୍ତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ହରିପୁରରେ ସୁଟକେଶରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ସ୍ବାମୀ ହତ୍ୟା ପାଇଁ ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର। ଘଟଣାରେ ସ୍ତ୍ରୀ ଲିଲି ମହାପାତ୍ର, ଲିଲିଙ୍କ ପ୍ରେମିକ ବିକ୍ରମ କୁମାର ସାହୁ ଓ ଶଳା ମିଟୁ ଦାସଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କୁ ନେଇ ପୋଲିସ୍ ଟାଙ୍ଗୀ ଥାନା ଚଣ୍ଡେଶ୍ୱର ପଂଚାୟତ ଦାରୁ ଗାଁରେ କ୍ରାଇମ ସିନ୍ ରିକ୍ରିଏଟ କରୁଛି ପୋଲିସ।

ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମୃତକଙ୍କ ପତ୍ନୀ ୩୦ ବର୍ଷୀୟ ଲିଲି ମହାପାତ୍ର । ଅନ୍ୟ ୨ ଅଭିଯୁକ୍ତଙ୍କ ମଧ୍ୟରେ ଲିଲିଙ୍କ ପ୍ରେମିକ ବିକ୍ରମ କୁମାର ସାହୁ ରହିଥିବା ସୂଚନା ମିଳିଛି। ଦାରୁଗାଁରେ ମୃତ ମନୋରଂଜନ ମହାପାତ୍ରଙ୍କର ସଢୁ ଘର। ସଢୁ ମହେନ୍ଦ୍ର ଦାସଙ୍କ ପୂର୍ବରୁ ମୃତ୍ୟୁ ହୋଇସାରିଛି । ମୃତ ମନୋରଂଜନ ଗତ ୧୫ଦିନ ହେଲା ସଢୁ ଘର ଦାରୁଗାଁରେ ରହି ଆସୁଥିଲେ।

ଗିରଫ ଅଭିଯୁକ୍ତ ବିକ୍ରମ କୁମାର ସାହୁର ଘର ଖୋର୍ଦ୍ଧା ଜିଲା ଟାଙ୍ଗୀ ଗାଁରେ । ବିକ୍ରମର ପରିବାର ଟାଙ୍ଗୀ ଛାଡି ବହୁ ଦିନ ହେଲା ଚାନ୍ଦପୁର ଡୋମଣୀ ସାହିରେ ରହି ଆସୁଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ହେଉଛି ମନୋରଂଜନଙ୍କ ଶଳା ମିଟୁ ଦାସ। ତାଙ୍କ ଆଖିକୁ ଦେଖାଯାଉନଥିବା ଜଣାପଡିଛି।