ହାତୀ ଆକ୍ରମଣରେ ମହିଳା ମୃତ ଓ ୩ ଗୁରୁତର

ଖୋର୍ଦ୍ଧା: ମଳିପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି । ମୃତ ମହିଳା ହେଲେ ମଞ୍ଜୁଲତା ବେହେରା । ସେହିପରି ହାତୀ ଆକ୍ରମଣରେ ଗୁରୁତର ମାନେ ହେଲେ ସସ୍ମିତ ଭାରିମଲ୍ଲ, ମମତା ଭାରିମଲ୍ଲ ଓ ନିତ୍ୟାନନ୍ଦ ବେହେରା । ସମସ୍ତ ଗୁରୁତରଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ସକାଳୁ ନିତ୍ୟକର୍ମ ପାଇ ଗଲା ବେଳେ ସମସ୍ତଙ୍କୁ ହାତୀ ଆକ୍ରମଣ କରିଥିବା ସୂଚନା ।