କେନ୍ଦ୍ର କରୋନା ହଟସ୍ପଟ ଲିଷ୍ଟରେ ଖୋର୍ଦ୍ଧା, ଗ୍ରୀନ୍ ଜୋନରେ ୨୧ ଜିଲ୍ଲା

1 min read

ନୂଆଦିଲ୍ଲୀ: କରୋନା ଲକଡାଉନ୍ କଟକଣା ୨୦ ତାରିଖ ପରେ ସ୍ଥିତି ଦେଖି କଣ୍ଟେନମେଣ୍ଟ ଜୋନରେ କୋହଳ ହେବା ନେଇ ପ୍ରଧାନମନ୍ତ୍ରୀ କହିବା ପରେ ଆରମ୍ଭ ହୋଇଛି ଆକଳନ । ଆଜି ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ଏହା ଉପରେ ବିସ୍ତୃତ ସୂଚନା ରଖିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଶର ଜିଲ୍ଲା ଗୁଡ଼ିକୁ ୩ ଭାଗରେ ବିଭକ୍ତ କରିଛି । ପ୍ରଥମ- ହଟସ୍ପଟ୍ ଜିଲ୍ଲା, ଦ୍ୱିତୀୟ-ନନ୍ ହଟସ୍ପଟ୍ ଜିଲ୍ଲା, ତୃତୀୟ- ଗ୍ରୀନ୍ ଜୋନ୍ ।

ହଟସ୍ପଟ୍ ଜିଲ୍ଲା

ଯେଉଁ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ତାକୁ ହଟସ୍ପଟ୍ ଜିଲ୍ଲା କୁହାଯିବ । ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରେ ୪୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଖୋର୍ଦ୍ଧା ଜିଲ୍ଲାକୁ ହଟସ୍ପଟ୍ ଜିଲ୍ଲା ଆଖ୍ୟା ଦେଇଛି ।

ନନ୍ ହଟସ୍ପଟ୍ ଜିଲ୍ଲା

ଜିଲ୍ଲାର ସୀମିତ ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାକୁ ନନ୍ ହଟସ୍ପଟ୍ ଜିଲ୍ଲା କୁହାଯିବ । କିନ୍ତୁ, ସେଠି ଆଉ ସଂକ୍ରମଣର ଆଶଙ୍କା ନଥିବ କିମ୍ବା ସନ୍ଦିଗ୍ଧ ନଥିଲେ ବିଚାରକୁ ନିଆଯିବ ।

ଗ୍ରୀନ୍ ଜୋନ୍

ଯେଉଁ ଜିଲ୍ଲାରେ କୌଣସି କରୋନା ସଂକ୍ରମିତ ଓ ସନ୍ଦଗ୍ଧ ନଥିବେ ତାକୁ ଗ୍ରୀନ୍ ଜୋନରେ ରଖାଯାଇଛି । ଏଥିରେ ଓଡ଼ିଶାର ୨୧ଟି ଜିଲ୍ଲା ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

 

Leave a Reply