spot_img

Latest Posts

ଖୋର୍ଦ୍ଧାରେ ବୋମାମାଡ଼: ଗୋଟିଏ ପରିବାରର ୩ ଗୁରୁତର

ଖୋର୍ଦ୍ଧା: ବାଘମାରୀରେ ରାତି ଅଧରେ ବୋମାମାଡ଼। ବାଘମାରି ଥାନା ଭୋଗଡ଼ା ଗାଁରେ ଜଣଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଏଥିରେ ସ୍ୱାମୀ, ସ୍ତ୍ରୀ ଓ ପୁଅ ଗୁରୁତର ହୋଇଛନ୍ତି। ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂ, ତାଙ୍କ ପତ୍ନୀ ଲାବଣ୍ୟ ଜୟସିଂ ଓ ତାଙ୍କ ପୁଅ ଆହତ ହୋଇଛନ୍ତି। ୩ଜଣଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ରାତିରେ ଡକାୟତି ଉଦ୍ଦେଶ୍ୟରେ ୮ରୁ ୧୦ଜଣ ଦୁର୍ବୃତ୍ତ ଆସିଥିଲେ। ଲୁଟେରା ଫେରାର ହୋଇଯାଇଥିବା ବେଳେ କେତେ ଲୁଟ୍‌ ହୋଇଛି ତାହା ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ବାଘମାରୀ ଥାନା ପୋଲିସର ତଦନ୍ତ କରୁଛି

Latest Posts

Don't Miss