spot_img

Latest Posts

ଥମୁନି ବାଂଲାଦେଶୀ ହିନ୍ଦୁ-ହତ୍ୟା, ଦୀପୁଙ୍କ ପରେ ଆଉ ଜଣଙ୍କୁ ଜାଳି ମାରିଦେଲେ…

ନନ୍ଦିଘୋଷ ବ୍ୟୁରୋ ; ଦେହରେ ଲାଗିଥିଲା ନିଆଁ ଏପଟେ ଆଖିପିଛୁଳାକେ ହେଉ୍‌ଥିଲା ଆକ୍ରମଣ । ଜୀବନ ବିକଳରେ ରାସ୍ତାରେ ଧାଉଁଥିଲେ ବାଂଲାଦେଶୀ ହିନ୍ଦୁ ଯୁବକ । ଆଉ ବିକଳ୍ପ ନପାଇ ଶେଷରେ ପୋଖରୀକୁ ମାରିଥିଲେ ଡିଆଁ । କିନ୍ତୁ ବଞ୍ଚାଇପାରିଲେନି ନିଜ ଜୀବନ ।

ବାଂଲାଦେଶରେ ଥମୁନି ଧାର୍ମିକ ବିବାଦ । ଦିନକୁ ଦିନ ବଢୁଛି ବାଂଲାଦେଶୀ ହିନ୍ଦୁଙ୍କ ଉପାରେ ଅତ୍ୟାଚାର । ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ବର୍ବର ଆକ୍ରମଣର ଆଉ ଏକ ହିନ୍ଦୁ ଶୀକାର ହୋଇଛନ୍ତି । ଢାକାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା ଏକ ଗାଁରେ ଔଷଧ ଏବଂ ମୋବାଇଲ୍ ବ୍ୟାଙ୍କିଂ ବ୍ୟବସାୟ କରୁଥିବା ଖୋକନ ଚନ୍ଦ୍ର ଦାସଙ୍କ ଉପରେ ଆକ୍ରମଣ ହୋଇଛି । ବୁଧବାର ରାତିରେ ଇସଲାମିକ୍ ଉଗ୍ରବାଦୀମାନେ ନିର୍ମମ ଆକ୍ରମଣ କରିଥିଲେ । ଆକ୍ରମଣକାରୀମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରି ଜୀବନ୍ତ ଜାଳି ଦେବାକୁ ଉଦ୍ୟମ କରିଥିଲେ। ଖୋକନ ଚନ୍ଦ୍ର ଦାସଙ୍କ ପରିବାର କହିଛନ୍ତି ଯେ ସେ ବୁଧବାର ରାତିରେ ତାଙ୍କ ଦୋକାନରୁ ଘରକୁ ଫେରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଗୁରୁତର ଭାବରେ ପୋଡ଼ିଯାଇଥିବା ଖୋକନ ଦାସ ଜୀବନ ବିକଳରେ ନିକଟବର୍ତ୍ତୀ ପୋଖରୀକୁ ଡେଇଁ ନିଆଁ ଲିଭାଇବାରେ ସଫଳ ହୋଇଥିଲେ, କିନ୍ତୁ ତାଙ୍କ ମୁହଁ ଏବଂ ମୁଣ୍ଡ ଗୁରୁତର ଭାବରେ ପୋଡ଼ି ଯାଇଥିଲା। ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଯାଇଥିଲେ, କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଢାକାକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେପଟେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।  ଦଳ ଏହାକୁ ଧାର୍ମିକ-ଭିତ୍ତିକ ହିଂସା ବୋଲି ବର୍ଣ୍ଣନା କରି କହିଛି ଯେ ଏହା ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉଭୟରେ ଏକ ଚିନ୍ତାର ବିଷୟ । ମୁସଲିମ ବହୁଳ ବାଂଲାଦେଶରେ ଧାର୍ମିକ କାରଣରୁ ମାରାତ୍ମକ ଆକ୍ରମଣର ଶିକାର ହୋଇଥିବା ହିନ୍ଦୁଙ୍କ ତାଲିକାରେ ଖୋକନ ଦାସଙ୍କ ନାମ ଏବେ ସାମିଲ ହୋଇଛି।  ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ସମୟରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା ବୃଦ୍ଧି ପାଇବା ନେଇ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନଗୁଡ଼ିକ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ “ନିରନ୍ତର ଶତ୍ରୁତା” ଉପରେ ଭାରତ ବାରମ୍ବାର ଗମ୍ଭୀର ଚିନ୍ତା ପ୍ରକାଶ କରିଛି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ପ୍ରତିଶ୍ରୁତି ଦେଇଛି ।

Latest Posts

Don't Miss