କୋଭିଡ୍ କେୟାର ସେଣ୍ଟର ପାଇଁ ଖିମଜୀ ଫାଉଣ୍ଡେସନ୍ ତରଫରୁ ୬୦ଟି ଶଯ୍ୟା ପ୍ରଦାନ

1 min read

ଭୁବନେଶ୍ୱର: କୋଭିଡ୍ କେୟାର ସେଣ୍ଟର ପାଇଁ ଖିମଜୀ ଫାଉଣ୍ଡେସନ୍ ତରଫରୁ ୬୦ଟି ଶଯ୍ୟା ପ୍ରଦାନ କରାଯାଇଛି । ଏହାସହ ଏଥି ନିମନ୍ତେ ଆବଶ୍ୟକୀୟ ସମସ୍ତ ଉପକରଣ ପ୍ରଦାନ କରିଛନ୍ତି ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ସୁମିତ ଖିମଜୀ । ବିଏମସି କମିଶନରଙ୍କୁ ଆନୁଷ୍ଠାନିକ ବାବେ ଏସବୁ ସାମଗ୍ରୀ ସେ ହସ୍ତାନ୍ତର କରିଛନ୍ତି । ଏହି ଶଯ୍ୟାଗୁଡିକ ଭୁବନେଶ୍ବରରେ ଥିବା ପଟିଆ, ଡୁମୁଡୁମା କୋଭିଡ୍ କେୟାର ସେଣ୍ଟର ଓ ବିଏମସି ଦ୍ବାରା ପରିଚାଳିତ ଅନ୍ୟ ୟୁପିଏଚସି- ଏଚସିଏସ୍ ଗୁଡିକରେ ବ୍ୟବହୃତ ହେବ ।

ଏହି ଅବସରରେ ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ କହିଛନ୍ତି, ରାଜଧାନୀ ବର୍ତ୍ତମାନ୍ କୋଭିଡ- ୧୯ର ଦ୍ବିତୀୟ ଲହରକୁ ସାହସ ଓ ଦାୟିତ୍ବବୋଧତା ସହ ଲଢେଇ କରୁଛି । ଏହି ସଂକଟ ସମୟରେ ବିଏମସିର ସେବା ଯୋଗାଇବା ଦିଗରେ ଗଠନମୂଳକ ପଦକ୍ଷେପ ପ୍ରଶଂସାଯୋଗ୍ୟ । ଖିମଜୀ ଫାଉଣ୍ଡେସନ, ସଙ୍କଟ ସମୟରେ ଓଡିଶା ସରକାର ଓ ବିଏମସିକୁ ସର୍ବଦା ସମର୍ଥନ କରିଆସୁଛି । ତେଣୁ ଭୁବନେଶ୍ବର ନାଗରିକ ଭୟଭୀତ ନହୋଇ ମାସ୍କ, ସାମାଜିକ ଦୂରତା ସହ ନିୟମ ମାନି ଚଳିବାବାକୁ ସେ ଅନୁରୋଧ କରିଛନ୍ତି ।

Leave a Reply