ଶପଥ ନେଲେ ଖଟ୍ଟର, ଦୁଷ୍ୟନ୍ତ ଉପମୁଖ୍ୟମନ୍ତ୍ରୀ

1 min read

ଚଣ୍ଡିଗଡ଼: ଦୀପାବଳିରେ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମନୋହର ଲାଲ୍ ଖଟ୍ଟର । ଏଥିସହ ବିଜେପିକୁ ସମର୍ଥନ ଦେଇଥିବା ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଦ୍ୱିତୀୟ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଖଟ୍ଟର ଜଣେ ଅଣ-ଜାଟ୍ ନେତା । ଉଭୟଙ୍କୁ ଚଣ୍ଡିଗଡ଼ ରାଜଭବନରେ ରାଜ୍ୟପାଳ ସତ୍ୟନାରାୟଣ ଆର୍ଯ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

Naveen-Tweetଶପଥ ଗ୍ରହଣ ସମାରୋହରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା, ଅକାଳୀ ଦଳ ମୁଖ୍ୟ, ପ୍ରକାଶ ସିଂହ ବାଦଲ, କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡାଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ । ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଖଟ୍ଟରଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

୯୦ ଆସନ ବିଶିଷ୍ଟ ହରିୟାଣାରେ ୪୦ଟି ସିଟ୍ ପାଇ ବହୁମତ ଠାରୁ ବିଜେପି ୬ଟି ସିଟ୍ ଦୂରରେ ଥିଲା । ଏବେ ଜେଜେପିର ୧୦ ଓ ୭ ଜଣ ସ୍ୱାଧୀନ ବିଧାୟକଙ୍କ ସହଯୋଗରେ ବିଜେପି ୫୭ ଜଣ ବିଧାୟକଙ୍କୁ ନେଇ ସରକାର ଗଢ଼ିଛି । ')}

Leave a Reply