ଥମୁନି ମଣିଷଖିଆ ଗଧିଆର ଆତଙ୍କ, ଗଧିଆ ଆକ୍ରମଣରେ ଗୋଟେ ପରିବାର ୫ ଜଣ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ଥମୁନି ମଣିଷଖିଆ ଗଧିଆର ଆତଙ୍କ । ଉତ୍ତରପ୍ରଦେଶ ପରେ ଏବେ ମଧ୍ୟପ୍ରଦେଶରେ ଗଧିଆ ଆତଙ୍କ ଦେଖିବାକୁ ମିଳିଛି। ଗଧିଆ ଆକ୍ରମଣରେ ଗୋଟେ ପରିବାର ୫ ଜଣ ଗୁରୁତର।

ଉତ୍ତରପ୍ରଦେଶର ବହରାଇଚରେ ଗଧିଆ ଆତଙ୍କ ଜାରି ରହିଥିବା ବେଳେ ଏବେ ମଧ୍ୟପ୍ରଦେଶରେ ଘଟିଛି ସମାନ ଘଟଣା । ମଧ୍ୟପ୍ରଦେଶର ଖଣ୍ଡୱାର ଆଦିବାସୀବହୁଳ ଅଞ୍ଚଳ ମାଲଗାଁରେ ଏକ ପରିବାରର ୫ ସଦସ୍ୟ ଘର ବାହାରେ ଶୋଇଥିବା ବେଳେ ଗଧିଆ ଆକ୍ରମଣ କରିଛି । ଗଧିଆ ଆକ୍ରମଣରେ ଜଣେ ମହିଳାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କର ହାତ, ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଗୁରୁତର ହୋଇଥିବା ପରିବାରକୁ ଖଣ୍ଡୱାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ଲୋକେ ରାଗିଯାଇ ଗଧିଆଟିକୁ ପିଟି ପିଟି ମାରିଦେଇଥିଲେ।