ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କୁ ପ୍ରବେଶ ମନା, ବଜାୟ ରହିବ ପରମ୍ପରା
ଭୁବନେଶ୍ୱର: ବିନା ଭକ୍ତରେ ଆୟୋଜିତ ହେବ ଏଥର ଖଣ୍ଡଗିରି ମେଳା । ଅର୍ଥାତ କେବଳ ନୀତିକାନ୍ତିକୁ ଅନୁମତି ମିଳିଥିବାବେଳେ ଶ୍ରଦ୍ଧାଳୁ ଏବଂ ଯାତ୍ରୀଙ୍କ ପ୍ରବେଶ ଉପରେ ରୋକ ଲାଗିଛି । ନିଷ୍ପତ୍ତି ଅନୁଯାୟୀ କଟକଣାରେ ପାଳିତ ହେବ ମାଘସପ୍ତମୀ । ସରକାର ମାଘ ମେଳାକୁ ଅନୁମତି ଦେଇଥିବାବେଳେ ଭକ୍ତଙ୍କୁ ବାରଣ କରିଛନ୍ତି । ଏନେଇ ବିଏମସି ପକ୍ଷରୁ ଜାରି ହୋଇଛି କଟକଣା । ତେବେ କୋଭିଡ ପାଇଁ ଏହି କଟକଣା ଜାରି କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ ।
ପୂର୍ବରୁ ବିଏମସିକୁ ମଗାଯାଇଥିଲା ଅନୁମତି । ଯାତ୍ରୀଙ୍କୁ ଆସିବାକୁ ଅନୁମତି ଦିଆଯିବା ନେଇ ଉଲ୍ଲେଖ କରାଯାଇଥିଲା । କିନ୍ତୁ କୋଭଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି । କେବଳ ରୀତିନିତି ଅନୁଯାୟୀ କାର୍ଯ୍ୟକ୍ରମ ସଞ୍ଚାଳନ କରିବାକୁ ଅନୁମତି ଦେଇଛନ୍ତି । ତେବେ ଶ୍ରଦ୍ଧାଳୁ ଏବଂ ଯାତ୍ରୀଙ୍କୁ ବାରଣ କରାଯାଇଛି ।