ଏଥର ଫିକା ପଡ଼ିବ ଖଣ୍ଡଗିରି ମେଳା, ପଡ଼ିବନି ଷ୍ଟଲ କି ଦୁଲୁକିବନି ଯାତ୍ରା ପେଣ୍ଡାଲ

Khandagiri

File Photo

ଭୁବନେଶ୍ୱର: ଚଳିତ ବର୍ଷ ହେବନି ପ୍ରସିଦ୍ଧ ‘ଖଣ୍ଡଗିରି ମାଘ ମେଳା’ । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ମେଳା ଉପରେ ରୋକ ଲଗାଇଛି ବିଏମସି । କେବଳ ପରମ୍ପରାକୁ ବଜାୟ ରଖିବାକୁ ମେଳା ପାଳନ ହେବ । ତେବେ ଏଥର ମେଳାରେ କୌଣସି ପ୍ରକାର ଯାତ୍ରା କିମ୍ବା ଷ୍ଟଲ ପଡିବ ନାହିଁ ବୋଲି ବିଏମସି ନିଷ୍ପତ୍ତି ନେଇଛି । ତେବେ ପରମ୍ପରାକୁ ବଜାୟ ରଖିବାକୁ ଯାଇ କୋଭିଡ୍ ଗାଇଡଲାଇନ୍ ସହିତ କେବଳ ବିଧି ଓ ପରମ୍ପରା ପାଳନ ହେବ । ଏଠାରେ ସାମାଜିକ ଦୂରତା ଓ ସମସ୍ତ ପ୍ରକାର କୋଭିଡ୍ ନିୟମ ପାଳନ ହେବ । ମାଘ ସପ୍ତମୀରେ ଖଣ୍ଡଗିରିରେ ପ୍ରତିବର୍ଷ ବଡ଼ ଧରଣର ମେଳା ଆୟୋଜନ ହୋଇଥାଏ । ଚଳିତ ବର୍ଷ କୋଭିଡ୍ କାରଣରୁ ଏହି ମେଳା ଉପରେ ରୋକ୍ ଲାଗିଛି ।

ହାଇକୋର୍ଟାରେ ଖଣ୍ଡଗିରି ମେଳାକୁ ନେଇ ପିଟିସନ୍‌ ଦାଖଲ କରାଯାଇଥିଲା । ତେବେ ଏହାର ଶୁଣାଣି କରି ହାଇକୋର୍ଟ କହିଥିଲେ ଯେ, ଏନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବା ଉଚିତ୍‌ । ସ୍ଥାନୀୟ ପ୍ରଶାସନ ତଥା ବିଏମ୍‌ସି ପାଖକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଖଣ୍ଡଗିରି ମେଳା ହେବ ନାହିଁ ବୋଲି ନିଷ୍ପତି ହୋଇଛି ।

ସେପଟେ ଦୀର୍ଘ ଦିନ ଧରି ଯାତ୍ରା ତଥା ଅପେରା ପାର୍ଟିମାନେ ଖଣ୍ଡଗିରି ମେଳା ପାଇଁ ପ୍ରସ୍ତୁତି କରୁଥିଲେ । ହେଲେ ବିଏମ୍‌ସିର ନିଷ୍ପତି ପରେ ସେମାନେ ନିରାଶ ହୋଇପଡ଼ିନ୍ତି । ଯାତ୍ରା କଳାକାରଙ୍କ ମନରେ ମଧ୍ୟ ନିରାଶା ଛାଇଯାଇଛି ।

Leave a Reply