ସରିଲା ଖଣ୍ଡଗିରି ମେଳା, କମୁନି ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ବର: ଶେଷହେଲା ଖଣ୍ଡଗିରି ମେଳା । ନାଗା ବାବାଙ୍କୁ ଦର୍ଶନ ସହ ଆର୍ଶୀବାଦ ନେବାକୁ ଖଣ୍ଡଗିରି ଶ୍ରଦ୍ଧାଳୁଙ୍କ ଖଣ୍ଡଗିରିରେ ପ୍ରବଳ ଭିଡ଼ । ଦୀର୍ଘ ୯ ଧରି ହୋମ, ଯଜ୍ଞ ସହ ପୁରା ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିଲା ଖଣ୍ଡଗିରି । ସାଧୁମାନେ ଧୂନି ଜାଳି ବିଶ୍ଵ ଶାନ୍ତି ପାଇଁ ଆହୁତି ଦେଉଥିଲେ । ଖଣ୍ଡଗିରି ପାଦ ଦେଶରେ ଚାଲି ଥିବା କୁମ୍ଭମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ସାଧୁ ଓ ସନ୍ଥ ଯୋଗ ଦେଇଥିଲେ। ହୋମ, ଯଜ୍ଞ ସହ ପୁରା ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସାଧୁ ସନ୍ଥମାନଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିଲା । ନାଗା ଓ ଜୈନ୍ ସନ୍ଥମାନଙ୍କ ଠାରୁ ଆର୍ଶୀବାଦ ନେବାକୁ ଖଣ୍ଡଗିରି ପାହାଡକୁ ଆସୁଥିଲେ ହଜାର ହଜାର ଭକ୍ତ । ନାଗା ଓ ଜୈନ୍ ସନ୍ଥମାନଙ୍କ ଠାରୁ ଆର୍ଶୀବାଦ ନେବାକୁ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ଉଜ୍ଜୟିନୀ ମହାକାଲ, ହରିଦ୍ଵାର, କେଦାର ନାଥ, କାଶ୍ମୀ, ମଥୁରା, ବୃନ୍ଦାବନ , ଡେରାଡୁନର ସାଧୁ ସନ୍ଥମାନେ ଏକାଠି ହୋଇଥିଲେ । ଆକର୍ଷଣ ସାଜିଥିଲେ ଶ୍ରୀଦିଗାମ୍ବର ବମବମ ପୁରୀ ମହାରାଜ, ଶ୍ରୀ ଦିଗାମ୍ବର ଫୈଜୀ ନାଗା ସ୍ବାମୀ, ଷ୍ଟାଣ୍ଡିଙ୍ଗ ବାବା, ରୁଦ୍ରାକ୍ଷ ବାବା। ଏବେ ମେଳା ସରିଛି ହେଲେ, ଭିଡ଼ ସରିନି । ଏବେ ବି ଲୋକମାନେ ଆସୁଛନ୍ତି ଅପେରା ଦେଖିବାକୁ । ପେଣ୍ଡାଲ ସମ୍ମୁଖରେ ପଡିଛି ଅନେକ ପସରା । କିଣା କିଣି ସାଙ୍ଗକୁ ଭଳିକି ଭଳି ଯାତ୍ରାକୁ ମନଭରି ଉପଭୋଗ କରୁଛନ୍ତି  ବିଭିନ୍ନ ସ୍ଥାନରୁ ଆସିଥିଲା ଲୋକ ।