ଆରମ୍ଭ ହେଲା ମାଘ ସପ୍ତମୀ ମେଳା, ମନ୍ତ୍ରଧ୍ଵନୀରେ କମ୍ପିଲା ଖଣ୍ଡଗିରି ପର୍ବତାଞ୍ଚଳ

ଭୁବନେଶ୍ବର : ଆରମ୍ଭ ହୋଇଛି ପବିତ୍ର ମାଘ ସପ୍ତମୀ ମେଳା । ମନ୍ତ୍ରଧ୍ଵନିରେ କମ୍ପୁଛି ଖଣ୍ଡଗିରି ପର୍ବତାଞ୍ଚଳ । ସମସ୍ତ ଆଖଡା ମାନଙ୍କରେ କଳସ ସ୍ଥାପନ ହୋଇ ଯଜ୍ଞ ଆରମ୍ଭ ହୋଇଛି । ମାଘ ସପ୍ତମୀରୁ ମାଘ ପୂର୍ଣିମା ଯାଏଁ ଚାଲିବ ହୋମଯଜ୍ଞ । ବୈଦିକ ରୀତିନୀତି ଅନୁସାରେ ପଞ୍ଚ କୁଣ୍ଡିୟ ୟଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ ହୋଇ ମହାମନ୍ତ୍ରରେ ଯଜ୍ଞ ଆରମ୍ଭ କରିଛନ୍ତି ସାଧୁ । ଅର୍କ କ୍ଷେତ୍ର ଚନ୍ଦ୍ରଭାଗାରେ ବୁଡ ପକାଇ ଖଣ୍ଡଗିରିରେ ଆସି ପହଞ୍ଚିଛନ୍ତି ଶତାଧିକ ନାଗା ସାଧୁ । ହରହର ମହାଦେବଙ୍କ ନାରାରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି । ସାଧୁମାନଙ୍କ ଦର୍ଶନ ପାଇଁ ଭକ୍ତ ମାନଙ୍କର ବି ବେଶ ଭିଡ଼ ଦେଖିବାକୁ ମିଳିଛି ।