ବିଧାନସଭା ଗେଟ୍ ଓ ପାଚେରିରେ କିଏ ଲଗାଇଲା ଖଲିସ୍ତାନୀ ପତାକା ?

Khalistani Flags At The Gate Of Dharamshala Assembly

ଧର୍ମଶାଳା: ବିଧାନସଭା ଗେଟରେ ଖଲିସ୍ତାନୀ ପତାକା । ହିମାଚଳପ୍ରଦେଶ ବିଧାନସଭା ମୁଖ୍ୟ ଗେଟ୍ ଓ ଚାରିପାଖ ପାଚେରିରେ ଖଲିସ୍ତାନୀ ପତାକା ସହ ଲେଖା ଦେଖିବାକୁ ମିଳିଛି । ପୋଲିସ ଖଲିସ୍ତାନୀ ପତାକାକୁ କାଢ଼ି ଦେଇଥିବା ବେଳେ କାନ୍ଥରେ ଖଲିସ୍ତାନୀ ଲେଖା ଯାଇଥିବା ସ୍ଥାନକୁ ରଙ୍ଗ କରି ଦେଇଛି । ତେବେ, ସୁରକ୍ଷା ବଳୟ ଡେଇଁ କିଏ ଉଡ଼ାଇଲ ପତାକା ।

Khalistani Flags At The Gate Of Dharamshala Assembly

ପୋଲିସ ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରୁଛି । ଏହି ଘଟଣା ପରେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି, ରାତି ଅନ୍ଧାରରେ ଆସିଥିବା ଲୋକ ପାଖରେ ଯଦି ସାହାସ ଅଛି ତ ଦିନରେ ଆସି ଦେଖାଉ । ଏଥିସହ ଜୟରାମ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଧର୍ମଶାଳା ବିଧାନସଭାରେ ଶୀତକାଳୀନ ବିଧାନସଭା ଅଧିବେଶନ ବସିଥାଏ । ତେଣୁ ଅତ୍ୟଧିକ ସୁରକ୍ଷା ବ୍ୟବସ୍ଥା ସେତେବେଳେ ହିଁ ହୋଇଥାଏ ।

ଯାହାର ଫାଇଦା ନେଇ କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଛି । ତେବେ ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ । ଘଟଣାର ତଦନ୍ତ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଧର୍ମଶାଳା ଏସଡିଏମ୍ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି । ଅଜଣା ଅଭିଯୁକ୍ତଙ୍କ ବିରୋଧରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଧାରା ଲଗାଯାଇଛି ।

Khalistani Flags At The Gate Of Dharamshala Assembly

ସୂଚନାଯୋଗ୍ୟ, ଶିମଳା ବିଧାନସଭାରେ ଖଲିସ୍ତାନୀ ପତାକା ଉଡ଼ାଇବା ଲାଗି ଧମକ ଦେଇଥିଲେ ଖଲିସ୍ତାନୀ ସମର୍ଥକ । କିନ୍ତୁ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ସଂକଟ ଟଳିଥିବା ବେଳେ ଏବେ ଧର୍ମଶାଳା ତପୋବନରେ ଥିବା ବିଧାନସଭା ପରିସରରେ ରବିବାର ସକାଳୁ ଖଲିସ୍ତାନୀ ପତାକା ଲାଗିଥିବା ଦେଖିବାକୁ ମିଳିଥିଲା ।