ହିମାଚଳପ୍ରଦେଶ ବିଧାନସଭା ଗେଟ୍ ଓ ପାଚେରୀରେ ଲାଗିଛି ଖଲିସ୍ତାନୀ ପତାକା

1 min read

ଧର୍ମଶାଳା: ନିର୍ବାଚନ ପୂର୍ବରୁ ହିମାଚଳପ୍ରଦେଶ ରାଜନୀତି ମାହୋଲ ସରଗରମ । ବିଧାନସଭା ଗେଟ୍ ଓ ପାଚେରୀରେ ଲାଗିଛି ଖଲିସ୍ତାନୀ ପତାକା । ଏହାସହ କାନ୍ଥରେ ଖଲିସ୍ତାନୀ ସ୍ଲୋଗାନ ଲେଖାଯାଇଛି । ଗତକାଲି ରାତିରେ କିମ୍ବା ଆଜି ଭୋରରୁ କେହି ଏହି ପତାକା ଲଗାଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପତାକା ହଟାଇବା ସହ କାନ୍ଥରେ ଲେଖାଯାଇଥିବା ସ୍ଲୋଗାନ ଲିଭାଇଛି । ତେବେ ଖଲିସ୍ତାନୀ ପତାକା ଲଗାଯିବା ପଛରେ କାହାର ହାତ ରହିଛି ତାକୁ ନେଇ ଖୋଳତାଡ଼ କରୁଛି ପୋଲିସ ।

ପୂର୍ବରୁ ଏ ନେଇ ଶିଖ୍ ଫର୍ ଜଷ୍ଟିସ୍ ପକ୍ଷରୁ ଚେତାବନୀ ଦିଆଯାଇଥିବା ରିପୋର୍ଟ ଦେଇଥିଲା ଗୁଇନ୍ଦା । ସେପଟେ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଧର୍ମଶାଳା ବିଧାୟକ ବିଶାଲ ନିହାର କହିଛନ୍ତି । କେହି ସ୍ଥାନୀୟ ଲୋକ କିମ୍ବା ବାହାର ଲୋକ ଏହି କାର୍ଯ୍ୟରେ ସଂଶ୍ଳୀଷ୍ଟ ଅଛନ୍ତି, ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ଧର୍ମଶାଳା ଏସଡିଏମ କହିଛନ୍ତି । ଘଟଣାକୁ ନିନ୍ଦା କରିବା ସହ SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜଇରାମ ଠାକୁର ।