spot_img

Latest Posts

ଅସଲି ଖଡୀରତ୍ନ ପଞ୍ଜିକାରେ ବାତ୍ଯାକୁ ନେଇ ହୋଇଥିଲା ପୂର୍ବାନୁମାନ

ନନ୍ଦିଘୋଷ ବ୍ୟୁରୋ: ସତହେଉଛି ପଞ୍ଜିକାର ଭବିଷ୍ୟବାଣୀ। ଖଡୀରତ୍ନ ପଞ୍ଜିକାରେ ହୋଇଛି ବାତ୍ଯାକୁ ନେଇ ପୂର୍ବାନୁମାନ। ପଞ୍ଜିକାରେ ରହିଛି ବାତ୍ୟା ସମ୍ପର୍କରେ ସୂଚନା। ରାଜ୍ଯର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କେଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ବର, ନୟାଗଡ, କାକଟପୁର, ନିଆଳି ଆଦି ସ୍ଥାନରେ ଚଳିତ ମାସରେ ଘୂର୍ଣ୍ଣିବାତ୍ଯା ହେବା ନେଇ ପଞ୍ଜିକାରେ ଉଲ୍ଲେଖ ରହିଛି।

ପ୍ରବଳ ବାୟୁପ୍ରବାହ ସହ ସାମୁଦ୍ରିକ ଝଡ ମହାବାତ୍ଯା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ପଞ୍ଜିକାରେ ଲେଖା ରହିଛି। ଅକ୍ଟୋବର ୧୭ରୁ ୨୩ ତାରିଖ, ଅକ୍ଟୋବର ୨୩ରୁ ୩୦ ମଧ୍ଯରେ, ନଭେମ୍ବର ୪ରୁ ୫ ତାରିଖ ମଧ୍ୟରେ , ନଭେମ୍ବର ୧୧ରୁ ୧୫ ମଧ୍ଯରେ ପ୍ରଚଣ୍ଡ ବାୟୁପ୍ରବାହ ବାତ୍ଯା ଦ୍ବାରା ଧନଜୀବନ ପ୍ରଭାବିତ ହେବା ଉଲ୍ଲେଖ ରହିଛି।

Latest Posts

Don't Miss