ଖଣ୍ଡଗିରି ପୋଲିସ ହାତରେ ପାଞ୍ଚ ଜଣିଆ ଆନ୍ତ ଜିଲ୍ଳା ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଡକାୟତି ଯୋଜନା ପଣ୍ଡ । ଖଣ୍ଡଗିରି ଥାନା ପୋଲିସ ହାତରେ ପାଞ୍ଚ ଜଣିଆ ଆନ୍ତ ଜିଲ୍ଳା ପେଶାଦାର ଲୁଟେରା ଗ୍ୟାଙ୍ଗ । ଅଭିଯୁକ୍ତଙ୍କ ଠାରୁ ଖଣ୍ଡା, ଛୁରୀ , ଲଙ୍କାଗୁଣ୍ଡ, ସହ  2 ଟି ବାଇକ୍ ଜବତ କରାଯାଇଛି । ଏହି 5 ଡକାୟତ ଗ୍ୟାଙ୍ଗ 4 ଜିଲା ନୟାଗଡ଼, ପୁରୀ , କେନ୍ଦ୍ରାପଡ଼ା ଓ ଭୁବନେଶ୍ବର ପୋଲିସ ପାଇଁ ଥିଲେ ମୋଷ୍ଟ ୱାଣ୍ଟେଡ । ଏମାନେ ଜେଲ ଭିତରୁ ହିଁ ତିଆରି କରିଛନ୍ତି ଡକାୟତ ଗ୍ୟାଙ୍ଗ । ଜାମିନରେ ଆସିବା ପରେ ପୁଣି ଥରେ ଗ୍ୟାଙ୍ଗ ଆକ୍ଟିଭ କରିବା ସହ ପୂଜା ସମୟରେ ଜୋରଦାର ଡକାୟତି କରିବା  ପାଇଁ ଯୋଜନା କରିଥିଲେ ।

ଗ୍ୟାଙ୍ଗ ବିରୋଧରେ ହତ୍ୟା ଓ ଡକାୟତି ମାମଲା ରହିଛି ।  ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୀ ଅଞ୍ଚଳର ମୁରଲୀ ବେହେରା,ଗଂଜାମ ଅଞ୍ଚଳର ଶଙ୍କର ଡାକୁଆ,ପୁରୀ ଅଞ୍ଚଳର ମାନସ ପ୍ରଧାନ,ବରମୁଣ୍ଡା ଅଞ୍ଚଳର ମଣ୍ଟୁ ପାଇକରାଏ, ଓ ନୟାଗଡ଼ ଜିଲ୍ଲାର ଆକାଶ ନାୟକ  । ମଣ୍ଟୁ ନାମରେ ପୂର୍ବରୁ ବିଭିନ୍ନ ଥାନାରେ 23 ଟି ମାମଲା ରହିଛି । ମୂରଲୀ ବେହେରା ନାମରେ 3 ଟି ଓ ଶଙ୍କର ନାମରେ 3 ମାମଲା ରହିଛି । ଏମାନଙ୍କ ବିରୋଧରେ 110 ଦଫା ଲଗାଇବ ପୋଲିସ ।