କାହାର ବଢ଼ି ଯାଇଛି ଅହଂକାର ?, ଜାଣନ୍ତୁ ସଂସଦରେ କାହାକୁ ଏମିତି କହିଲେ ମଲ୍ଲିକାର୍ଜୁନ ଖଡ଼ଗେ

1 min read

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ଏବେ ‘ଅପରେସନ ସିନ୍ଦୂର’ ଉପରେ ଆଲୋଚନା ଚାଲିଛି । ଗୃହମନ୍ତ୍ରୀ ଅମିତ ଶାହା ଭାରତୀୟ ସେନାର ବିରତ୍ବ ସମ୍ପର୍କରେ ବିବୃତ୍ତି ରଖିଛନ୍ତି । ଅପରେସନ ସିନ୍ଦୂରରେ କିଭଳି ଭାବେ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ଉପରେ ଆଲୋକପାତ କରିଥିଲେ । ତେବେ ଏହାପରେ ଏକ ପ୍ରଶ୍ନ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଏକ ପ୍ରଶ୍ନ କରିଥିଲେ । ସେ ସରକାରଙ୍କୁ ଟାର୍ଗେଟ କରିବା ସହ କହିଥିଲେ କି, କେବଳ ନେହେରୁ ଗାଳି କରିବା ହେଉଛି ସରକାରଙ୍କ କାମ । ଏହାସହ ସେ ପ୍ରଶ୍ନ କରିଥିଲେ କି, ପହଲଗାମକୁ ଆତଙ୍କବାଦୀ ଆସିଲେ କେମିତି ? ଯେତେବେଳେ ପ୍ରଧାନମନ୍ତ୍ରୀ କହୁଛନ୍ତି ଆମେ ଆତଙ୍କବାଦକୁ ଶେଷ କରି ଦେଇଛୁ ସେତେବେଳେ ଏଭଳି ଏକ ଘଟଣା ଘଟିଲା କାହିଁକି ? ଏଥିରୁ ସ୍ପଷ୍ଠଭାବେ ଜଣା ପଡ଼ୁଛି କି, ସୁରକ୍ଷାରେ ତ୍ରୁଟି ରହିଛି ।

ଏହାସହ ଖଡ଼ଗେ କହିଛନ୍ତି କି, ଆକ୍ରମଣର ତିନିଦିନ ପୂର୍ବରୁ କାହିଁକି ଜମ୍ମୁ-କାଶ୍ମୀର ଗସ୍ତ ବାତିଲ କରିଥିଲେ ପ୍ରଧାନମନ୍ତ୍ରୀ ? ଏହାର ଲିଖିତ ଉତ୍ତର ରଖନ୍ତୁ । ଏବେ ସରକାର ଅହଂକାରରେ ବୁଡ଼ି ରହିଛନ୍ତି । ଗୋଟିଏ ଦିନ ଆସିବ ଏପରି ଜଣେ ଲୋକ ଆସିବ ଯିଏ ଏମାନଙ୍କ ଅହଂକାରକୁ ଭାଙ୍ଗିଦେବ । ସେପଟେ ଅପରେସନ ସିନ୍ଦୂର ଉପରେ ଆଲୋଚନା ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ କାହିଁକି ଅନୁପସ୍ଥିତ ରହିଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି । ଏହାସହ ଅପରେସନ ସିନ୍ଦୂର ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ମଧ୍ୟ ଯୋଗ ଦେଇନଥିଲେ ।