ବାହାଘର କାର୍ଡରେ ରକି ଭାଇଙ୍କ ଡାଏଲଗ୍: ଭାଇରାଲ୍ ହେଲା ଫଟୋ

1 min read

ମୁମ୍ବାଇ: Violence, Violence, Violence…I Don’t Like It. I Avoid! But… Violence Likes Me, I Can’t Avoid! ଆପଣ KGF-2 ଯଦି ଦେଖିଛନ୍ତି ତାହାଲେ ରକି ଭାଇଙ୍କ ଏହି ଲୋକପ୍ରିୟ ଡାଏଲଗ୍ ତ ଆପଣ ନିଶ୍ଚୟ ଶୁଣିଥିବେ । ଏହି ଡାଏଲଗର ଛୋଟ ଛୋଟ ଭିଡିଓ କ୍ଲିପ୍ ବି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଏବେ ଏହି ଡାଏଲଗ୍ ସହ ଆଉ ଏକ ଫଟୋ ବି ଭାଇରାଲ ହେଉଛି । ଯାହା ହେଉଛି ଜଣେ ବ୍ୟକ୍ତିଙ୍କ ବାହାଘର କାର୍ଡ । ଏହି କାର୍ଡରେ ରକି ଭାଇଙ୍କ ଲୋକପ୍ରିୟ ଡାଏଲଗକୁ ଏକ ଭିନ୍ନ ଅନ୍ଦାଜରେ ଲେଖାଯାଇଛି ।

‘ପୁଷ୍ପା’ ଫିଲ୍ମର ଲୋକପ୍ରିୟ ଡାଏଲଗ୍ ‘ମେଁ ଝୁକୁଙ୍ଗା ନେହିଁ’ ଯେପରି ଭାଇରାଲ ହୋଇଥିଲା ସେହିପରି ଏହି ଫିଲ୍ମର ଡାଏଲଗ ବି ଭାଇରାଲ ହେଉଛି । ପ୍ରଶଂସକ ଜଣଙ୍କ ବାହାଘର କାର୍ଡରେ ଲେଖିଛନ୍ତି, Marriage… Marriage…Marriage. I dont Like it, I avoid, but my relatives like Marriage i can’t avoid.’  ଏହି ଫଟୋକୁ ଜଣେ ପ୍ରଶଂସକ ନିଜ ଟ୍ବିଟରରେ ପୋଷ୍ଟ କରିଛନ୍ତି ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଫିଲ୍ମ KGF-2କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ଦିନକୁ ଦିନ ଏହା ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି । ଏହି ଫିଲ୍ମକୁ ଦେଖିସାରିଲା ପରେ ଦର୍ଶକ ଅଭିନେତା ୟଶଙ୍କ ଜବରଦସ୍ତ ଫ୍ୟାନ୍ ହୋଇଯାଇଛନ୍ତି ।