ଆରପାରିରେ KGF 2ର ଅଭିନେତା ମୋହନ ଜୁନେଜା

1 min read
KGF Chapter 2 Actor Mohan Juneja Dies

ବେଙ୍ଗଳୁରୁ: KGF ଟିମକୁ ଝଟକା । ବକ୍ସ ଅଫିସରେ କେଜିଏଫ୍ ୨ ସିନେମା ଭଲ ଆୟ କରୁଛି । ଅଭିନେତା ୟସଙ୍କ କ୍ରେଜ୍ ବି ବଢ଼ି ଚାଲିଛି । ୟସଙ୍କ ସହ ଫିଲ୍ମରେ ଅଭିନୟ କରିଥିବା ଅନ୍ୟ କଳାକାରଙ୍କ ଚର୍ଚ୍ଚା କରୁଛନ୍ତି ସମସ୍ତେ । କିନ୍ତୁ ଏହାରି ଭିତରେ କେଜିଏଫ୍ ଟିମ୍ ପାଇଁ ଆସିଛି ଖରାପ ଖବର । କେଜିଏଫ୍ ଚ୍ୟାପ୍ଟର ୨ରେ ଅଭିନୟ କରିଥିବା ମୋହନ ଜୁନେଜାଙ୍କ ଦେହାନ୍ତ ହୋଇଛି । ମୋହନ ଅନେକ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଛନ୍ତି ।

ମୋହନ ଜୁନେଜା ଗତ କିଛିଦିନ ହେଲା ବେମାର ଥିଲେ । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ମୋହନଙ୍କୁ ବେଙ୍ଗଳୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୋହନ ଜୁନେଜାଙ୍କ ମୃତ୍ୟୁ ପରେ କେଜିଏଫ୍, ହୋମ୍ବଲେ ଫିଲ୍ମ ନିର୍ମାଣକାରୀ ମୋହନ ଜୁନେଜାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

 KGF Chapter 2 Actor Mohan Juneja Dies

କେଜିଏଫ୍ ୨ର ନିର୍ମାତା ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ୱିଟ୍ କରିଛନ୍ତି । ଲେଖିଛନ୍ତି, କନ୍ନଡ ଫିଲ୍ମ ସହ ଆମ କେଜିଏଫ ପରିବାରର ପ୍ରସିଦ୍ଧ ଚେହେରା ଥିଲେ ମୋହନ । ଅନ୍ୟ ଅଭିନେତା ମଧ୍ୟ ମୋହନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିବା ବେଳେ ପ୍ରଂଶସକଙ୍କ ମହଲରେ ଖେଳି ଯାଇଛି ଶୋକର ଛାୟା ।