୩୦୦ ରୁ ଆରମ୍ଭ କରିଥିଲେ କ୍ୟାରିୟର ଏବେ ପାନ ଇଣ୍ଡିଆ ସୁପରଷ୍ଟାର

1 min read

ବେଙ୍ଗାଲୁରୁ: କନ୍ନଡ ଫିଲ୍ମର ସୁପରଷ୍ଟାର ୟଶ । କେଜିଏଫ ଫିଲ୍ମ ପରେ ଦେଶରେ ରକି ଭାଇ ନାମ ବେଶ ଜଣାଶୁଣା । ଭାରତୀୟ ସିନେମା ସୁପରଷ୍ଟାରମାନଙ୍କ ମଧ୍ୟରେ ନିଜର ଜାଗା ବନାପାରିଛନ୍ତି ୟଶ । ଆଜି ୩୭ ବର୍ଷ ବୟସରେ ପାଦ ଥାପିଛନ୍ତି ଏହି ସୁପରଷ୍ଟାର । ତାଙ୍କର ପ୍ରକୃତ ନାମ ହେଉଛି ନବୀନ କୁମାର ଗୌଡା । କନ୍ନଡ ଫିଲ୍ମ ଇଣ୍ଡ୍ରଷ୍ଟ୍ରିରେ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତାଙ୍କ ମଧ୍ୟରୁ ସେ ଜଣେ । କେଜିଏଫ ଚ୍ୟାପଟର-୨ ପାଇଁ ତାଙ୍କୁ ୩୦ କୋଟି ଟଙ୍କାର ଚେକ୍ ମିଳିଥିବା ସୂଚନା ମିଳିଛି । କର୍ଣ୍ଣାଟକର ମଧ୍ୟବିତ ପରିବାରେ ଜନ୍ମ ଗ୍ରହଣ କରିଥିଲେ ଏହି ସୁପରଷ୍ଟାର ୟଶ । ଗୋଟିଏ ବିଜ୍ଞାପନରେ କାମ କରିବା ପାଇଁ ସେ ପ୍ରାୟ 60 ଲକ୍ଷ ଟଙ୍କା ଚାର୍ଜ କରୁଥିବା ବେଳେ ତାଙ୍କର ମୋଟ୍ ସମ୍ପତ୍ତି ୭ ମିଲିୟନ୍ ଡଲାର ଅର୍ଥାତ୍ ପାକାପାଖି ୫୭ କୋଟି ଟଙ୍କା ରହିଛି ।

କର୍ଣ୍ଣାଟକର ଏକ ଛୋଟ ଗାଁରେ ୟଶଙ୍କ ଜନ୍ମ । ତାଙ୍କ ବାପା ଜଣେ ସରକାରୀ ବସର ଡ୍ରାଇଭର ଭାବେ କାମ କରି ଘର ପ୍ରତିପୋଷଣ କରୁଥିଲେ । ୟଶଙ୍କର ଛୋଟବେଳୁ ଅଭିନୟ ପ୍ରତି ରୁଚି ରହିଥିଲା । ସେ ଯେତେବେଳେ ଦ୍ୱାଦଶରେ ପଢୁଥିଲେ ସେତେବେଳେ ସେ ଭାବି ନେଇଥିଲେ ଯେ,  ଫିଲ୍ମରେ ହିଁ କ୍ୟାରିୟର କରିବେ କିନ୍ତୁ ତାଙ୍କ ପରିବାର ଲୋକେ ଚାହୁଁନଥିଲେ ସେ ଆକ୍ଟର ହୁଅନ୍ତୁ । ୟଶ ତାଙ୍କ ଘର ଛାଡି ବେଙ୍ଗାଲୁରୁ ଆସିଥିଲେ । ସେ ଘରୁ ଆସିବା ବେଳେ ନିଜ ସହିତ ମାତ୍ର ୩୦୦ ଟଙ୍କା ଧରି ଆସିଥିଲେ ଆକ୍ଟର ହେବା ପାଇଁ। ପ୍ରଥମେ ସେ ବେଙ୍ଗାଲୁରୁରେ ଏକ ଥିଏଟରରେ ଗ୍ରୁପରେ ମିଶି କାମ କରିଥିଲେ । ବହୁ ପରିଶ୍ରମ ପରେ ସେ ଥିଏଟରେ ବ୍ୟାକ ଗ୍ରାଉଣ୍ଡ ଆକ୍ଟର ଭାବେ ଅଭିନୟ କରିଥିଲେ । ଏହାପରେ ୟଶ ଧିରେ ଧିରେ ଆଗକୁ ବଢି ଚିଲିଲେ। ଫିଲ୍ମରେ ସହ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରିଥିଲେ । ଏହି ସମୟରେ ସେ ଟିଭି ଏବଂ ଫିଲ୍ମ ପାଇଁ ଅଡିସନ୍ ଦେଉଥିଲେ ।ୟଶ ଟିଭି ପାଇଁ ଅନେକ କାମ କରିବା ସହ ୨୦୦୮ ମସିହାରେ ତାଙ୍କୁ ପ୍ରଥମ ଫିଲ୍ମ ଅଫର ହୋଇଥିଲା । ‘ମୋଗିନା ମାନସୁ’ ନାମକ ଏହି ଫ୍ମିଲରେ ସେ ଚମତ୍କାର ଅଭିନୟ କରିଥିବା ବେଳେ ତାଙ୍କୁ ପ୍ରଥମ ଏହି ଫିଲ୍ମ ପାଇଁ ଆୱର୍ଡ ମିଳିଛି। ଏହାପରେ ସେ କେବେ ପଛକୁ ବୁଲି ଦେଖିନଥିଲେ ଆଗକୁ ବଢିବା ସଙ୍ଗେ ସଙ୍ଗେ ସୁପରଷ୍ଟାର ହୋଇଛନ୍ତି ୟଶ ।