ବଜାରକୁ ଆସିଗଲା ଫ୍ରାଏଡ୍ ଚିକେନ ସ୍ବାଦ ଥିବା ଟୁଥପେଷ୍ଟ: ସୀମିତ ସମୟ ପାଇଁ ଲଞ୍ଚ ହେଲା ପ୍ରଡକ୍ଟ
1 min read
ସାଧାରଣ ଭାବେ ଆପଣମାନେ ବିଭିନ୍ନ ପ୍ରକାରର ଟୁଥପେଷ୍ଟ ବ୍ୟବହାର କରିଥିବେ । ତେବେ ଏହା ମଧ୍ୟରେ ଏକ ନୂଆ ପ୍ରକାରର ଟୁଥପେଷ୍ଟ ବଜାରକୁ ଆସିଯାଇଛି । ଏହି ପେଷ୍ଟରେ ଦାନ୍ତ ଘଷିଲେ ଆପଣମାନେ ଫ୍ରାଏଡ ଚିକେନର ସ୍ବାଦ ପାଇପାରିବେ । ଏହି ପ୍ରଡକ୍ଟର ଡିମାଣ୍ଡ ଏତେ ଅଧିକ ଥିଲା ଯେ, ବଜାରକୁ ଆସୁଆସୁ ତାହା ତୁରନ୍ତ ସେଲ ଆଉଟ୍ ହୋଇଯାଇଛି । ଫ୍ରାଏଡ ଚିକେନ ଏବେ କେବଳ ଏକ ଭୋଜନ ମଧ୍ୟରେ ସୀମିତ ରହିନାହିଁ । ଏହା ଏକ ଟୁଥପେଷ୍ଟ ମଧ୍ୟ ହୋଇପାରିଛି । କେଏଫସି କମ୍ପାନୀ ନିକଟରେ ଫ୍ରାଏଡ ଚିକେନ-ସ୍ବାଦ ଥିବା ଟୁଥପେଷ୍ଟ ଲଞ୍ଚ କରିଛି । ଏହାର ସ୍ବାଦ କେଏଫସିର ସମସ୍ତ ୧୧ଟି ଜଡ଼ି-ବୁଡ଼ି ଓ ମସଲା ଦ୍ବାରା ପ୍ରେରିତ ହୋଇଛି । କେଏଫସିର ଓରିଜିନାଲ ହଟ ଚିକେନ ରେସିପୀର ଏକ ଗ୍ରେଭି ଭରା ପିସ ପରି ଏହି ଟୁଥପେଷ୍ଟ ଆପଣଙ୍କ ଦାନ୍ତକୁ ସ୍ବାଦରେ ଭରିଦେବ ଓ ମୁହଁକୁ ତାଜା, ସଫା ଅନୁଭବ କରାଇବ ବୋଲି କେଏଫସି ପକ୍ଷରୁ କୁହାଯାଇଛି ।
ଟୁଥପେଷ୍ଟ ନିର୍ମାତା ହିସ୍ମାଇଲ ସହ ବୁଝାମଣା କରି କେଏଫସି ସୀମିତ ସମୟ ପାଇଁ ଏହି ଉତ୍ପାଦକୁ ଲଞ୍ଚ କରିଛି । ହିସ୍ମାଇଲର ମାର୍କେଟିଂ ପ୍ରବନ୍ଧକ କହିଛନ୍ତି, ଆମକୁ ସୀମାକୁ ଆଗକୁ ବଢ଼ାଇବାକୁ ପସନ୍ଦ ଅଟେ । କେଏଫସିର ପ୍ରସିଦ୍ଧ ସ୍ବାଦକୁ ଦୈନନ୍ଦିନ ଜୀବନରେ ସାମିଲ କରିବା ନେଇ ଏହାଠାରୁ ଭଲ ତରିକା ଆଉ କ’ଣ ହୋଇପାରେ? ଏହି ଉତ୍ପାଦ ସାହସିକ, ଅପ୍ରତ୍ୟାଶିତ ଓ ବାସ୍ତବରେ ମଜାଦାର ଅଟେ । ଆଙ୍ଗୁଠିକୁ ଚାଟିବା ପାଇଁ ପ୍ରେରିତ କରୁଥିବା ଏହି ଟୁଥପେଷ୍ଟ ମୁହଁର ଯତ୍ନ ପ୍ରତି ସଚେତନ କରାଇବ । ଏହି ଟୁଥପେଷ୍ଟ ହିସ୍ମାଇଲ ଓ୍ବେବସାଇଟରେ ୧୩ ଡଲାରରେ ଉପଲବ୍ଧ, ଯାହାକି ମଙ୍ଗଳବାର ସକାଳ ସୁଦ୍ଧା ବିକ୍ରି ସରିଥିଲା ।