ଆଫ୍ରିକାକୁ ସାହାଯ୍ୟ କଲା ଭାରତ; ପିଟରସନ କହିଲେ ‘ଥ୍ୟାଙ୍କୁ ୟୁ ନରେନ୍ଦ୍ର ମୋଦି’

1 min read

ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସାରା ବିଶ୍ବ ଏବେ ଚିନ୍ତାରେ ପଡ଼ିଛି । ନୂଆ ଭାରିଏଣ୍ଟ ଓମିକ୍ରନ ଫଳରେ ଆଫ୍ରିକାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଏହି ନୂଆ ଭାରିଏଣ୍ଟ ଡେଲଟା ଭାରିଏଣ୍ଟଠାରୁ ମଧ୍ୟ ଅଧିକ ବିପଦଜନକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ତେବେ ଏପରି ସ୍ଥିତିରେ ଆଫ୍ରିକାକୁ ସାହାଯ୍ୟ ହାତ ବଢ଼ାଇଛି ଭାରତ । ଆଫ୍ରିକାର ଯେଉଁ ସବୁ ଦେଶରେ ନୂଆ ଭାରିଏଣ୍ଟ ଓମିକ୍ରନ ଦ୍ବାରା ଦ୍ରୁତଗତିରେ ସଂକ୍ରମଣ ବୃଦ୍ଧି ପାଉଛି ସେହି ସବୁ ଦେଶକୁ ଭାରତରେ ତିଆରି ହୋଇଥିବା ଭ୍ୟାକସିନ ଦିଆଯିବ । ତେବେ ଭାରତର ଏପରି ପଦକ୍ଷେପ ଗ୍ରହଣ କରିବା ପରେ ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ କେଭିନ୍ ପିଟରସନ ଏକ ବୟାନ ଦେଇଛନ୍ତି ।

https://twitter.com/KP24/status/1465353928816664577?s=20

ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭାରତର ଏପରି ପଦକ୍ଷେପ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ କହିଛନ୍ତି । ଭାରତ ସରକାରଙ୍କ ଏପରି ପଦକ୍ଷେପ ପରେ କେଭିନ୍ ପିଟରସନ ଟ୍ବିଟ୍ କରି କହିଛନ୍ତି କି ଭାରତ ପୁଣି ଥରେ ସମବେଦନା ଜଣାଇଛନ୍ତି । ଏହା ପରେ ପିଟରସନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆଫ୍ରିକାର କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ଆଫ୍ରିକାର କିଛି ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଭାରତ ମେଡ ଇନ ଇଣ୍ଡିଆ ଭ୍ୟାକ୍ସିନ ଆଫ୍ରିକାକୁ ଯୋଗାଇବ ବୋଲି କହିଛି । ଏହି ଭ୍ୟାକ୍ସିନ ଯୋଗାଣ ଦ୍ବିପାକ୍ଷିକ ସମ୍ପର୍କ କିମ୍ବା କୋଭାକ୍ସ ଆଧାରରେ କରାଯିବ । କୋଭାକ୍ସ ହେଉଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଚାଲୁଥିବା ଏକ ମିଶନ ।

Leave a Reply