spot_img

Latest Posts

କେରଳର ସରକାରୀ ନର୍ସିଂ କଲେଜରେ ଭୟଙ୍କର ରାଗିଂ ଘଟଣାର ପର୍ଦ୍ଦାଫାସ୍

ଥିରୁଅନନ୍ତପୁରମ : କେରଳର ଏକ ସରକାରୀ ନର୍ସିଂ କଲେଜରେ ଭୟଙ୍କର ରାଗିଂ ଘଟଣାର ପର୍ଦ୍ଦାଫାସ୍। ଜୁନିଅର ଛାତ୍ରଙ୍କୁ ସିନିଅର ଛାତ୍ର ଦେଉଥିଲେ ଅମାନୁଷିକ ନିର୍ଯାତନା। ଏପରିକି ଛାତ୍ରମାନଙ୍କ ଗୁପ୍ତାଙ୍ଗରେ ଝୁଲାଇଦେଉଥିଲେ ଡମବେଲ। କେବଳ ଏତିକି ନୁହେଁ, କମ୍ପାସରେ ଆଘାତ କରିବା ସହ ଆଖିବୁଜା ମାଡ ମାରୁଥିଲେ। ଏହି ଘଟଣାରେ ୫ ଜଣ ତୃତୀୟ ବର୍ଷ ନର୍ସିଂ ଛାତ୍ରଙ୍କୁ ଗିରଫ କରାଯାଇଛି। କେରଳ କୋଟ୍ଟାୟମସ୍ଥିତ ସରକାରୀ ନର୍ସିଂ କଲେଜର ଏହି ଘଟଣାକୁ ନେଇ ଦେଶବ୍ଯାପୀ ଚର୍ଚ୍ଚା। ପ୍ରାୟ ୩ ମାସ ଧରି ନିର୍ଯାତନାର ଶିକାର ହୋଇଥିବା ଛାତ୍ରମାନେ କୋଟ୍ଟାୟମ ଗାନ୍ଧୀନଗର ପୋଲିସ ଷ୍ଟେସନରେ ଏଫଆଇର ଦାୟର କରିବା ପରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ରାଗିଂନିରୋଧ ଆଇନ ଅନୁସାରେ ସେମାନଙ୍କୁ ଗିରଫ କରାଯାଇଛି। ପ୍ରଥମ ବର୍ଷ ଛାତ୍ରମାନଙ୍କୁ ଉଲଗ୍ନ ହୋଇ ଠିଆ ହେବାକୁ ବାଧ୍ଯ କରାଯାଉଥିଲା। ପରେ ସେମାନଙ୍କ ଗୁପ୍ତାଙ୍ଗରେ ଡମବେଲ ଝୁଲାଇଦିଆଯାଉଥିଲା। ଶରୀରରେ କ୍ଷତ ସୃଷ୍ଟି କରିବା ପରେ ନିର୍ଦ୍ଦୟ ସିନିଅର ଛାତ୍ରମାନେ ସେହି କ୍ଷତରେ ବିଭିନ୍ନ ଲୋସନ ଲଗାଇଦେଉଥିଲେ। ଫଳରେ ସେମାନଙ୍କ ଯନ୍ତ୍ରଣା ବଢୁଥିଲା। ଏହି ଘଟଣାର ଭିଡିଓ ସୁଟିଂ କରାଯାଉଥିଲା ଏବଂ ଏହି କଥା ପ୍ରଘଟ କଲେ କ୍ଯାରିଅର ନଷ୍ଟ କରିଦେବା ଲାଗି ସେମାନେ ଧମକ ଦେଉଥିଲେ। ଏପରିକି ଜୁନିଅରମାନଙ୍କଠାରୁ ସିନିଅରମାନେ ଅର୍ଥ ଲୁଟୁଥିୂବା ଜଣାଯାଇଛି। ରାଗିଂର ଶିକାର ହୋଇ କୋଚିରେ ଜଣେ ୧୫ ବର୍ଷୀୟ ଛାତ୍ରର ଆତ୍ମହତ୍ଯା ପରେ ନର୍ସିଂ କଲେଜର ଘଟଣା ପଦାକୁ ଆସିଛି।

 

Latest Posts

Don't Miss