ତାଲିବାନ ବିରୋଧରେ ଲେଖିବାରୁ କେରଳ ବିଧାୟକଙ୍କୁ ହତ୍ୟା ଧମକ

Kerala MLA MK Muneer Receives Death Threat After Facebook Post Against Taliban

କୋଝିକୋଡେ: ତାଲିବାନ ଭୟରେ ଥରହର ପୂରା ଆଫଗାନିସ୍ତାନ । ଦେଶ ଛାଡ଼ି ଚାଲିଯିବାକୁ କାବୁଲ ବିମାନବନ୍ଦରରେ ଆଫଗାନିସ୍ତାନବାସୀଙ୍କ ଭିଡ଼ ଲାଗିଛି । ଆଉ ଯିଏ ବି ଆଫଗାନିସ୍ତାନରେ ଅଛନ୍ତି, ପ୍ରତିଟି ମୁହୂର୍ତ୍ତ ତାଲିବାନ ଭୟରେ ବିତାଉଛନ୍ତି । ଆଫଗାନିସ୍ତାନରେ ଭୟ ସୃଷ୍ଟି କରିଥିବା ତାଲିବାନ କେରଳର ଜଣେ ବିଧାୟକଙ୍କୁ ହତ୍ୟା ଧମକ ଦେଇଛି । ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍ ବିଧାୟକ ଏମକେ ମୁନୀରଙ୍କୁ ତାଲିବାନ ବିରୋଧୀ ଫେସବୁକ ପୋଷ୍ଟ ପାଇଁ ମିଳିଛି ହତ୍ୟା ଧମକ ।

ଏମକେ ମୁନୀରଙ୍କୁ ମିଳିଥିବା ଧମକପୂର୍ଣ୍ଣ ଚିଠିରେ ତୁରନ୍ତ ଫେସବୁକ ପୋଷ୍ଟ ହଟାଇବାକୁ କୁହାଯାଇଛି । ମୁନୀରଙ୍କୁ ମିଳିଥିବା ଧମକପୂର୍ଣ୍ଣ ଚିଠିର ଶୀଷର୍କ ରହିଛି, ‘ତାଲିବାନ ଏ ୱଣ୍ଡର’ ଅର୍ଥାତ୍ ତାଲିବାନ ଏକ ଚମତ୍କାର । ମୁନୀରଙ୍କ ଫେସବୁକ ପୋଷ୍ଟ ଅଳ୍ପସଂଖ୍ୟକଙ୍କ ଭାବନାକୁ ଆଘାତ କରିଥିବା ଧମକପୂର୍ଣ୍ଣ ଚିଠିରେ ଲେଖାଯାଇଛି ।

Kerala MLA MK Muneer Receives Death Threat After Facebook Post Against Taliban

ତାଲିବାନ ବିରୋଧରେ ଲେଖା ଯାଇଥିବା ଫେସବୁକ ପୋଷ୍ଟକୁ ୨୪ ଘଣ୍ଟା ଭିତରେ ହଟାଇବାକୁ ଧମକ ଦିଆଯାଇଛି । ନଚେତ୍ ମୁନୀରଙ୍କ ସହ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଛି ତାଲିବାନ । ଏଥିସହ ମୁନୀରଙ୍କ ଉପରେ ପ୍ରଫେସର ଟିଜେ ଜୋଫେସଙ୍କ ଭଳି ଆକ୍ରମଣ ପାଇଁ ତାଲିବାନ କଡ଼ା ଚେତାବନୀ ଦେଇଛି । ୨୦୧୦ରେ ଥୋଡୁପୁଡାରେ ଜୋଫେସଙ୍କ ହାତ କାଟି ଦିଆଯାଇଥିଲା । ମିଳିଥିବା ଧମକପୂର୍ଣ୍ଣ ଚିଠି ନେଇ ମୁନୀର ପୋଲିସରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

Leave a Reply