କୋର୍ଟଙ୍କ କଠୋର ରାୟ, ଅଭିଯୁକ୍ତକୁ ୧୪୨ ବର୍ଷ ଜେଲ୍

ଭୁବନେଶ୍ୱର: ଭାରତ ଇତିହାସରେ ଐତିହାସିକ ରାୟ  ।  ମହଙ୍ଗା ପଡ଼ିଲା ନାବାଳିକାଙ୍କୁ ଯୌନଶୋଷଣ । କେରଳର ଜଣେ ଅଭିଯୁକ୍ତଙ୍କୁ ୧୪୨ ବର୍ଷ ଜେଲଦଣ୍ଡ  । ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ  । ଏମିତି ଏକ ଅଭିଯୋଗରେ ଐତିହାସିକ ରାୟ ଶୁଣାଇଛନ୍ତି କୋର୍ଟ  । ଅଭିଯୁକ୍ତକୁ ଦେଇଛନ୍ତି ୧୪୨ ବର୍ଷର କାରାଦଣ୍ଡ  । କେରଳର ଏକ ପକ୍ସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି   ।

ମିଳିଥିବା ସୂଚନା ମୁତାବକ ଜଣେ ୧୦ ବର୍ଷ ବୟସ୍କା ନାବାଳିକାଙ୍କୁ ଦୀର୍ଘ ଦୁଇ ବର୍ଷ ଧରି ଯୌନ ଶୋଷଣ କରୁଥିଲା ଅଭିଯୁକ୍ତ  । ପୋଲିସ ପାଖରେ ଅଭିଯୋଗ ପହଁଚିବା ପରେ ପୋଲିସ ମାମଲା ଋଜୁ କରି ଗିରଫ କରିଥିଲା  । ଅଦାତଲରେ ଯେତେବେଳେ ମାମଲା ପହଁଚିଥିଲା, ସେତେବେଳେ ଏଭଳି ରାୟ ପ୍ରକାଶ କରିଥିଲେ କୋର୍ଟ  । ଯାହା ଉପସ୍ଥିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା  ।

କେରଳର ପଥାନାମଥିତା ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା  ।   41 ବର୍ଷୀୟ ଜଣେ ଅଭିଯୁକ୍ତ କ୍ରମାଗତ ୧୦ ବର୍ଷୀୟ ନାବାଳିକାଙ୍କୁ ଯୌନ ଶୋଷଣ କରିଆସୁଥିଲା  ।ଏନେଇ ପିଡ଼ୀତା ମୁହଁ ଖୋଲିଥିଲେ  । ପରେ ଆକ୍ସନ ମୁଡକୁ ଆସିଥିଲା ପୋଲିସ  । ନ୍ୟାୟପାଳିକା ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିଥିଲେ  । ଅଭିଯୁକ୍ତକୁ କଠୋର ଏବଂ ଅଦ୍ଭୁତପୂର୍ବ ରାୟ ଶୁଣାଇ କୋର୍ଟ ମଧ୍ୟ ଏବେ ଚର୍ଚ୍ଚାରେ  ।