spot_img

Latest Posts

ଲକଡାଉନ୍ ବେଳେ ବି ଉହାନ ଛାଡି ନଥିଲେ ଭାରତୀୟ, ମରଣ ଡର ଭିତରେ କେମିତି ଥିଲା ଜୀବନ ? ଜାଣନ୍ତୁ

କରୋନା, ଯାହାର କରାଳ ରୂପ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିଲା। ଏହି ଭାଇରସ ମଣିଷ ଠାରୁ ମଣିଷକୁ ବ୍ୟାପୁଥିବାରୁ ଜାନୁଆରୀ ୨୩ରେ ଉହାନରେ ଲକଡାଉନ୍ ଘୋଷଣା କରାଯାଇଥିଲା । ତେବେ ୭୬ ଦିନର ଏହି ଲକଡାଉନ ୮ ଏପ୍ରିଲରେ ଶେଷ ହୋଇଛି। ଏହି ଲକଡାଉନକୁ ନେଇ ସୃଷ୍ଟି ହୋଇଛି ଅନେକ କାହାଣୀ । ଯାହାକୁ ଶୁଣିଲେ ହୁଏତ ଆପଣ ମାନଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗିବ ସେତିକି ଖୁସି ମଧ୍ୟ ଲାଗିବ। ତେବେ ଏହି ଲକଡାଉନ ନେଇ ଅନେକ ଲୋକ ନିଜର ଅନୁଭୂତି ବାଣ୍ଟୁଛନ୍ତି । ସେହିପରି ଆମେ ଆପଣଙ୍କୁ ଜଣେ ଭାରତୀୟ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଉହାନ ସହରରେ ରହିବାକୁ ସାହସ ଦେଖାଇଥିଲେ ଯେଉଁ ସମୟରେ କରୋନା ଭାଇରସ ସେଠାରେ ହାହାକାର ମଚାଇଥିଲା। ସେ ସେହି ସମୟରେ ଭାରତକୁ ଫେରିପାରିଥାନ୍ତେ କିନ୍ତୁ ନଫେରିବାକୁ ମାନସ୍ତ କରିଥିଲେ। ଆସନ୍ତୁ ଜାଣିବା ଏହି ନିଷ୍ପତ୍ତି ପଛରେ କାରଣ କ’ଣ ଥିଲା?

ଉହାନରେ ଥିବା ଭାରତୀୟ ନାଗରିକମାନେ କହିଛନ୍ତି ଯେ ସେମାନେ ବହୁତ ଖୁସି ଅଛନ୍ତି। ଲକଡାଉନ ସରିବାପରେ ସେ ଏବେ ଭଲ ଅନୁଭବ କରୁଛନ୍ତି । ବୁଧବାର, କେନ୍ଦ୍ରୀୟ ଚୀନ୍ ସହରରେ କର୍ତ୍ତୃପକ୍ଷ ୧୧ ମିଲିୟନ ଲୋକଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ବର୍ତ୍ତମାନ ସେମାନେ ଯେକୌଣସି  ସ୍ଥାନକୁ  ଯିବା ଆସିବା କରିପାରିବେ ।


ଉହାନରେ କାର୍ଯ୍ୟ କରୁଥିବା ହାଇଡ୍ରୋବାୟୋଲୋଜିଷ୍ଟ ଅରୁଣଜିତ୍ ଟି ସଥରାଜୀତ୍ ବହୁତ ଖୁସି ଅଛନ୍ତି। ସେ କହିଛନ୍ତି, ଲକଡାଉନ୍ ଖୋଲିବା ପରେ ମୁଁ ଖୋଲାଖୋଲି ଭାବେ କହିବାକୁ ସକ୍ଷମ, କାରଣ ଏତେ ଦିନ ପର୍ଯ୍ୟନ୍ତ ମୋ ସହ କଥା ହେବାକୁ କେହି ନଥିଲେ। ସମସ୍ତେ ଘର ଭିତରେ ରହୁଥିଲେ।


ସେ ଏହା ମଧ୍ୟ କହିଛନ୍ତି ଭାରତ ଉହାନ ସହରରେ ଫସି ରହିଥିବା ଭାରତୀୟମାନଙ୍କୁ ନେବା ପାଇଁ ବିମାନ ପଠାଇଥିଲା, ସେତେବେଳେ ଅରୁଣଜିତ୍ ଉହାନରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କାରାଣ ସେ କହିଛନ୍ତିଯେ ଅସୁବିଧାରେ ପଡ଼ିବା ସମୟରେ ଛାଡି ପଳାୟନ କରିବା ଭାରତୀୟଙ୍କ ପାଇଁ ଆଦର୍ଶ ନୁହେଁ।

ଅନ୍ୟପକ୍ଷରେ, ଅରୁଣଜିତ୍ ବହୁତ ଭଲ ଭାବରେ ଜାଣିଥିଲେ ଯେ ଯଦି ସେ ଭାରତକୁ ଫେରିଯାଆନ୍ତି, ତେବେ ହୁଏତ କରୋନା ତାଙ୍କ ସହ ଭାରତକୁ ଯାଇପାରେ। ଏଭଳି ପରିସ୍ଥିତିରେ ସେ ଉହାନରେ ରହିବାପାଇଁ ମନସ୍ତ କରିଥିଲେ।

ଅରୁଣଜିତ କହିଛନ୍ତି ଯେ ଲକଡାଉନ ସମୟରେ ଏହାକୁ ଉହାନରେ କଡାକଡି ଭାବେ ପାଳନ କରାଯାଇଥିଲା। ମୁଁ ପ୍ରାୟ ୭୨ ଦିନ ମୋ ରୁମରେ ତାଲା ପକାଇ ଦେଇଥିଲି । ମୋର ପଡ଼ୋଶୀଙ୍କର ତିନୋଟି ଛୋଟ ପିଲା ଅଛନ୍ତି । ମୁଁ ତାଙ୍କ ଫ୍ଲାଟରୁ ଥରେ ବି ବାହାରକୁ ଆସିଥିବାର ଦେଖି ନଥିଲି ।

Latest Posts

Don't Miss