ଜୁଲାଇ ୨୦୨୧ ଯାଏଁ ଲାଗୁ ରହିବ କୋଭିଡ ନିୟମ, ଜାରି ହେଲା ନୋଟିସ୍

Kerala govt issued notice for public to follow coronavirus norms till 2021

କେରଳ: ଭାରତରେ ଉଗ୍ର ରୂପ ନେଉଛି କରୋନା। ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସର୍ବାଧିକ କୋରନା ଆକ୍ରାନ୍ତ ଭାରତରୁ ଚିହ୍ନଟ ହୋଇଛନ୍ତି । ତେବେ ଏଥିମଧ୍ୟରେ କେରଳରେ ସରକାର ଏକ ନୋଟିସ ଜାରି କରିଛନ୍ତି । କେରଳରେ ଜୁଲାଇ ୨୦୨୧ ଯାଏଁ ଲାଗୁ ରହିବ କୋଭିଡ ନିୟମ । ଗତକାଲି ଏନେଇ କେରଳ ସରକାର ସୂଚନା ଦେଇଛନ୍ତି । ପ୍ରଥମ ରାଜ୍ୟ ଭାବେ କରୋନା ଗାଇଡଲାଇନ ଏକବର୍ଷ ଯାଏଁ ଜାରି ରଖିବାକୁ ନୋଟିସରେ କୁହାଯାଇଛି ।

ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ନିୟମ ଅନୁଯାୟୀ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ କରାଯାଇଛି । ଯଦି କେହି ସର୍ବସାଧାରଣରେ ମାସ୍କ ନପିନ୍ଧିବେ ତେବେ ତାଙ୍କୁ ୧୦ ହଜାର ଟଙ୍କାର ଫାଇନ୍ ପଡିବ । ବିବାହ ସମାରୋହରେ ୫୦ ରୁ ଅଧିକ ଲୋକେ ସାମିଲ ହୋଇପାରିବେ ନାହିଁ ।

ଅନ୍ତିମ ସଂସ୍କାରରେ ୨୦ଜଣ ଲୋକେ ସାମିଲ ହେବା ପାଇଁ ଅନୁମତି ମିଳିବ । ସର୍ବସାଧାରଣରେ ଛେପ ପକାଇବା ଉପରେ ରୋକ୍ ଲଗାଇଛନ୍ତି ସରକାର । କେରଳକୁ ଆସୁଥିବା ଅନ୍ୟର ରାଜ୍ୟର ଲୋକେ ଅନଲାଇନରେ ପଞ୍ଜୀକରଣ କରିବେ । ଆଗାମୀ ବର୍ଷେ ପାଇଁ ଏହି ସମସ୍ତ ନିୟମ ଲାଗୁ କରିଛନ୍ତି କେରଳ ସରକାର ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ଟପିଥିବାବେଳେ ୯ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୩୫ ଜଣଙ୍କ ଜୀବନ ନେଇଛି ମହାମାରୀ । ତେଣୁ ସ୍ଥିତିକୁ ଦେଖି କୋଭିଡ ଗାଇଡଲାଇନକୁ ଏକବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

Leave a Reply